ହରିୟାଣାରେ ଆୟୁଷ୍ମାନ ଭାରତ ସେବା ବନ୍ଦ – ୬୫୦ ଘରୋଇ ହସ୍ପିଟାଲର ନିଷ୍ପତ୍ତିରେ ଦେଢ଼ କୋଟି ହିତାଧିକାରୀ ବଞ୍ଚିତ
ଚଣ୍ଡିଗଡ: ଗରିବ ଲୋକଙ୍କ ଚିକିତ୍ସା ପାଇଁ ଭାରତ ସରକାର ପ୍ରଚଳିତ ‘ଆୟୁଷ୍ମାନ ଭାରତ’ ଯୋଜନା ବର୍ତ୍ତମାନ ହରିୟାଣାରେ ସଙ୍କଟରେ ପଡ଼ିଛି।ସୂଚନା ଅନୁଯାୟୀ, ୭ ତାରିଖରୁ ରାଜ୍ୟର ପ୍ରାୟ ୬୫୦ ଘରୋଇ ଡାକ୍ତରଖାନା ଆୟୁଷ୍ମାନ ଭାରତ କାର୍ଡ ଅଧୀନରେ ଚିକିତ୍ସା ସେବା ବନ୍ଦ କରିଦେଇଛନ୍ତି।କାରଣ – ସରକାରଙ୍କ ଉପରେ ୪୯୦ କୋଟି ଟଙ୍କା ବକେୟା ରହିଛି। ଏହି ପରିସ୍ଥିତିରେ ଦେଢ଼ କୋଟିରୁ ଅଧିକ ହିତାଧିକାରୀ ସେବାରୁ ବଞ୍ଚିତ ହୋଇଛନ୍ତି।ଫଳରେ, ସରକାରୀ ହସ୍ପିଟାଲଗୁଡିକରେ ଭିଡ଼ ବେଶି ବଢ଼ିଯାଇଛି। ପାନିପଥରେ IMA ସଦସ୍ୟମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ବକେୟା ଅର୍ଥ ଶୀଘ୍ର ପଇଠ କରିବାକୁ ଦାବି କରିଛନ୍ତି।ସେମାନଙ୍କ କହିବା ଅନୁଯାୟୀ, ପୂରା ବକେୟା ଦେୟ ଦେଲା ପରେମାତ୍ର ସେବା ପୁନଃ ଆରମ୍ଭ ହେବ।ଏହି ପରିସ୍ଥିତିକୁ ନେଇ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଆରତି ରାଓ ଘରୋଇ ଡାକ୍ତରଖାନାମାନଙ୍କର ଏହି ପଦକ୍ଷେପକୁ ନିନ୍ଦା କରିଥିବା ସହିତ, ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କିନ୍ତୁ, ସମସ୍ୟା ନ ସମାଧାନ ହେବାରୁ ହଜାର ହଜାର ରୋଗୀ ବର୍ତ୍ତମାନ ହଇରାଣ ହେଉଛନ୍ତି।

I do not even know how I ended up here but I thought this post was great I do not know who you are but certainly youre going to a famous blogger if you are not already Cheers