ମୋହନା ବ୍ଲକ ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ।ମୋହନା ବ୍ଲକ ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ।

ମୋହନା ବ୍ଲକ ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)
ଆଜି ଗଜପତି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଜିଲ୍ଲା ର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ କରି ମୋହନା ବ୍ଲକ ଗସ୍ତରେ ଆସି ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ରେ ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଆଜିର ଅଭିଯୋଗ ଶୁଣାଣୀ ଶିବିର ରେ ସର୍ବ ମୋଟ ୧୪୮ ଟି ଅଭିଯୋଗ ର ଶୁଣାଣି କରିଥିଲେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା। ଏଥି ମଧ୍ୟରୁ ୩୨ ନିଜସ୍ଵ ଅଭିଯୋଗ ଥିବା ବେଳେ ୧୧୬ ଟି ଗୋଷ୍ଟି ଭିତ୍ତିକ ଅଭିଯୋଗ ଶୁଣାଣୀ କରିଥିଲେ ଜିଲ୍ଲାପାଳ ମହାଶୟା। ସେଥି ମଧ୍ୟରୁ ରେ ଡ୍ କ୍ରସ୍ ସହାୟତା ଦୁଇ ଜଣ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଜିଲ୍ଲାପାଳ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶଙ୍କର କେରକେଟା, ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ମୋହନା ବିଡ଼ିଓ ରାଜୀବ ଦାସ, ତହସିଲଦାର, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲ୍ମୀନା ଅଧିକାରୀ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସଙ୍ଗେ ଜିଲ୍ଲା ସ୍ତରୀୟ ସହ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣୀ ଶିବିରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ଶେଷ ରେ ମୋହନା ବ୍ଲକ ଦ୍ଵାରା ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟ ତଦାରଖ କରିବା ସହ ହରଭଙ୍ଗି ଜଳ ସେଚନ ପ୍ରକଳ୍ପ ଠାରେ ନିର୍ମାଣଧିନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସ୍ଥଳ ପରିଦର୍ଶନ କରି ୩୧ ଡିସେମ୍ବର୨୦୨୬ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ସଙ୍ଗେ ଚଳିତ ବର୍ଷ ଶେଷ ସୁଦ୍ଧା ପରୀକ୍ଷା ମୂଳକ ଭାବେ ପାଞ୍ଚ ଟି ପଞ୍ଚାୟତ ର ୩୫ ଟି ଗ୍ରାମ କୁ ଯେପରି ବିଶୁଦ୍ଧ ପାନୀୟ ଜଳ ଘର କୁ ଘର ପହଞ୍ଚିବ ତାହାକୁ ଦୃଷ୍ଟି ରେ ରଖି କାର୍ଯ୍ୟ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

By admin

Leave a Reply

Your email address will not be published. Required fields are marked *