ବିଦ୍ୟୁତ ଆଘାତ ରେ ଯୁବକ ମୃତ
lଆର,ଉଦୟଗିରି ୨୪/୮/୨୫..(ମନୋଜ ପାଢୀ ) ଗଜପତି ଜ଼ିଲ୍ଲା ଅଡବା ଥାନା ବିରିକୋଟ ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘରେ ଇଲେକ୍ଟ୍ରିକ୍ ମୋଟର ଫିଟିଙ୍ଗ କାମ କଲାବେଳେ ବିଦ୍ୟୁତ ଆଘାତ ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି | ମୃତକ ଯୁବକ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳ ର ପ୍ରଫୁଲ୍ଲ ବାଡ଼ତ୍ୟା ( ୪୩ )| ସୂଚନା ପ୍ରକାରେ ବିରିକୋଟ ଗ୍ରାମର ଜଗନ୍ନାଥ ବେହେରା ଙ୍କ ଘରେ ବିଦ୍ୟୁତ ମୋଟର କାମ କରିବା ପାଇଁ ପ୍ରଫୁଲ୍ଲ ଏବଂ ତାଙ୍କ ସହଯୋଗୀ ଆସିଥିଲେ, କାମ କରିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶ ରେ ଆସିଯାଇଥିଲେ | ପ୍ରଫୁଲ୍ଲ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ ବିରିକୋଟ ମେଡିକାଲ ରେ ଭର୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଅଡବା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା ସେଠାରେ ଡାକ୍ତର ଅମରେଶ ପାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହ କୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ସହ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି |

