ସେମିଳିଗୁଡାରେ ଛାତ୍ରଙ୍କୁ ଅପହରଣ ଉଦ୍ୟମ, ବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀସେମିଳିଗୁଡାରେ ଛାତ୍ରଙ୍କୁ ଅପହରଣ ଉଦ୍ୟମ, ବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ସେମିଳିଗୁଡାରେ ଛାତ୍ରଙ୍କୁ ଅପହରଣ ଉଦ୍ୟମ, ବିଦ୍ୟାଳୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ସେମିଳିଗୁଡା: ସେଣ୍ଟ ଜାଭିଅର ବିଦ୍ୟାଳୟର ଦୁଇ ଛାତ୍ରଙ୍କୁ ଅଜ୍ଞାତ ମୁଖାପିନ୍ଧା ବ୍ୟକ୍ତିମାନେ ଅପହରଣ କରିବାକୁ ଉଦ୍ୟମ କରିଥିବା ଘଟଣା ସେମିଳିଗୁଡା ଅଞ୍ଚଳକୁ କମ୍ପିତ କରିଛି।୨୧ ଅଗଷ୍ଟରେ ସତ୍ଯନଗର ସ୍ଥିତ ଏକ ଅଫିସ ଗଳିରେ ଏହି ଘଟଣା ଘଟିଥିଲା। ସୂତ୍ରମାନଙ୍କୁ ଅନୁସାରେ, ତିନିଜଣ ମୁଖାପିନ୍ଧା ଅଜ୍ଞାତ ବ୍ୟକ୍ତି ବାଇକରେ ଆସି ଭାସ୍କର ନାୟକ ଓ ଶଙ୍କର ପ୍ରଧାନଙ୍କ ପୁଅଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପିଲାମାନେ ସାହସିକତା ଦେଖାଇ ପ୍ରତିରୋଧ କରିବାରୁ ସେମାନେ ସୁରକ୍ଷିତ ରହିପାରିଥିଲେ।୨୨ ଅଗଷ୍ଟରେ ଅଭିଭାବକମାନେ ସୁନାବେଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ବିଦ୍ୟାଳୟର ସଭାପତି ମନୋରଞ୍ଜନ ପାଢୀ, ସଦସ୍ୟ ଶିବ ପାଣି, ଅଭିଭାବକ ଭାସ୍କର ନାୟକ ଓ ଶଙ୍କର ପ୍ରଧାନ, ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର, ବିଦ୍ୟାଳୟର ସଂପାଦିକା ସସ୍ମିତା ନାୟକ ପ୍ରମୁଖ ଏହି ଅଭିଯୋଗରେ ସାମିଲ ହୋଇଥିଲେ।ଯଦିଓ ଏଏସଆଇ ରଥ ଅଭିଯୋଗ ଗ୍ରହଣ କରିଥିଲେ, କିନ୍ତୁ ଆଜିପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।ଏହି ପରିସ୍ଥିତିରେ ବିଦ୍ୟାଳୟ ପକ୍ଷରୁ ଅଭିଭାବକମାନଙ୍କୁ ଡାକି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ବିଦ୍ୟାଳୟ ପକ୍ଷ ଓ ଅଭିଭାବକମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସହରର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିଲେ। ସେମାନେ ସହରରେ ଶାନ୍ତି-ଶୃଙ୍ଖଳା ପ୍ରତିଷ୍ଠା ପାଇଁ ପୋଲିସ ପାଟ୍ରୋଲିଂକୁ ଦିନ ଓ ରାତିରେ ଅନ୍ତତଃ ଦୁଇଥର କରାଯିବାକୁ ଦାବି କରିଛନ୍ତି।

By admin

Leave a Reply

Your email address will not be published. Required fields are marked *