ପ୍ରବାସୀ ଭାରତୀୟ ଶ୍ରମିକ ଦିବସ ପାଳନ |
ଗଜପତି ୨୩/୮/୨୫(ମନୋଜ ପାଢୀ) ବିରିକୋଟ ଗ୍ରାମ ପଞ୍ଚାୟତ ରାଜିବୀ ଗାନ୍ଧୀ ସଭା ଗୃହରେ ଶନିବାର ଦିନ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନୟମି ମାଝୀ ଙ୍କ ସଭାପତିତ୍ୱରେ ଗଜପତି ଶ୍ରମ କାର୍ଯ୍ୟାଳୟ ତରଫରୁ ପ୍ରବାସୀ ଭାରତୀୟ ଶ୍ରମିକ ଦିବସ ପାଳନ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଅମିତ୍ କୁମାର ନାୟକ ଓ ଶ୍ରୀ ମଦନ ମୋହନ ଟୁଡୁ ଉପସ୍ଥିତ ରହି କାର୍ଯ୍ୟ କ୍ରମର ଉଦ୍ଦେଶ୍ଯ ଓ ଲକ୍ଷ, ପ୍ରବାସୀ ଶ୍ରମିକ ଙ୍କ ଅଧିକାର, ଆଇନ୍ ଏବଂ ନିୟମ ବିଷୟରେ ବୁଝାଇଥିଲେ I ନାରୀ ପୁରୁଷ ସମାନ କାମ ପାଇଁ ସମାନ ମଜୁରୀ, ନିର୍ମାଣ ଶ୍ରମିକ କାର୍ଡ ଉପରେ ଅଭିଯୋଗ ମଧ୍ୟ ରଖାଯାଇଥିଲା I ନାଏବ ସରପଞ୍ଚ ପାଉ ଦଳବେହେରା, ପୂର୍ବତନ ସରପଞ୍ଚ ମଶା ମାଝୀ, ଅନନ୍ତ ମଳିକ, ଗାନ୍ଧୀ ମଳିକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ I ଗୁରୁବାର ଦିନ କରଚବାଡ଼ି ରାଜିବୀ ଗାନ୍ଧୀ ସେବା କେନ୍ଦ୍ର ଠାରେ ମଧ୍ଯ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ କରଚବାଡ଼ି ସରପଞ୍ଚ ଶ୍ରୀମତୀ ଚାନ୍ଦିନୀ ମଳିକ, ଆଇନଜୀବୀ ଦୁର୍ଯ୍ଯୋଧନ କରଡ଼ା ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ ।

