ଦୁଇ ବାଇକ ଧକ୍କା, ଗର୍ଭବତୀ ମହିଳା ସମେତ ୫ ଗୁରୁତର |
ଗଜପତି… ୨୩/୮/୨୫..(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ଥାନା ବିଜୟପୁର ଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା l ଫଳରେ ଦୁଇ ବାଇକରେ ଥିବା ଗର୍ଭବତୀ ମହିଳା ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି l ସମସ୍ତ ଗୁରୁତର ଆହତ ଙ୍କୁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ପୁଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ଅପରାହ୍ନ ସାଢେ ୨ ଟାରେ ଅନ୍ତରବା ରୁ ଗୋଟିଏ ବାଇକରେ ଗୁରୀଗୁଡା ଗାଁର ଯାକବ ବଡ଼ରଇତ ଓ ଗଣେଶ ଶବର ମୋହନା ଆସୁଥିଲେ l ଅନ୍ୟ ପଟେ ମୋହନା ରୁ ଶ୍ରୀକାନ୍ତ ବୀର, ବାବୁଲା ବୀର ଓ ଗର୍ଭବତୀ ମହିଳା ରଚନା ଲିମା ଗୋଟିଏ ବାଇକରେ ଜlରଗଣ୍ଡା ଗାଁକୁ ଯାଉଥିଲେ l ବିଜୟପୁର ଗାଁ ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ସମସ୍ତ ୫ ଜଣ ଗୁରୁତର ଆହତ ହୋଇଛନ୍ତି l ତେବେ ଗଣେଶ ଓ ବାବୁଲା ଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି |

