ଆଫ୍ରିକା ମହାଦେଶର କିଳିମାଞ୍ଜାର ଉଚ୍ଚତମ ଶୃଙ୍ଗ ଆରୋହଣ କରି ଫେରିଆସିଛନ୍ତି।ଆଫ୍ରିକା ମହାଦେଶର କିଳିମାଞ୍ଜାର ଉଚ୍ଚତମ ଶୃଙ୍ଗ ଆରୋହଣ କରି ଫେରିଆସିଛନ୍ତି।

ଆଫ୍ରିକା ମହାଦେଶର କିଳିମାଞ୍ଜାର ଉଚ୍ଚତମ ଶୃଙ୍ଗ ଆରୋହଣ କରି ଫେରିଆସିଛନ୍ତି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପକ୍ଷରୁ ରୁ ଆଫ୍ରିକା ମହାଦେଶ ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାର ପର୍ବତ ଆରୋହଣ କରି ଜନ୍ମ ମାଟି କୁ ଫେରିଥିବା ଆଶୀର୍ବାଦ ମହାପାତ୍ରଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ପର୍ବତlରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବଧିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ଦୃଷ୍ଟି ହୀନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୟ ପଧାନ, ମାନସିକ ଅନଗ୍ରସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଦୁଆନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମେଘନାଦ ସାହୁ ଏବଂ ଦିବାକର ମାଝୀ ଅତିଥି ଭାବରେ ଯୋଗଦାନ କରି ଆଶୀର୍ବାଦ ମହାପାତ୍ର ଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ l ବକ୍ତବ୍ୟରେ ସମସ୍ତେ ଅତିଥି ଗଣ ଶ୍ରୀ ମହାପାତ୍ରଙ୍କ ଭବିଷ୍ୟତ ଉଜ୍ଜଲ କାମନା କରିଥିଲେ ।. ପର୍ବତlରୋହୀ ଶ୍ରୀ ମହାପାତ୍ର କହିଲେ ଯେ, ଦୃଢ ମନୋବଳ, ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ତଥା ବଡ ମାନଙ୍କ ଆଶୀର୍ବାଦ ଥିଲେ ସବୁ ସମ୍ଭବ ହୋଇ ପାରିବ ଏବଂ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରିହେବ ବୋଲି ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କ ଅନୁଭୂତି କହିଥିଲେ l ଶେଷରେ ପ୍ରଧାନ ଶିକକ କୃଷ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ l

By admin

Leave a Reply

Your email address will not be published. Required fields are marked *