ନଦୀ କୁଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ମୋହନା ପୁଲିସ ଓ ଅଗ୍ନିଶମ ବାହିନୀ । ଗତକାଲି ଅପରାହ୍ନରେ ଖବର ପାଇ ଏସଆଇ ଶ୍ରୀ ରେଡ୍ଡୀ ଓ କର୍ମଚାରୀ ମୋହନା ପଞ୍ଚାୟତ ଅଧିନ ବଢେଇପୁର ଗ୍ରାମ ନିକଟରେ ପ୍ରବାହିତ ନଦୀର ଅପରପାର୍ଶ କୂଳରେ ଜଣେ ଅଚିହ୍ନା ମୃତଦେହ ଛୋଟଗଛ ମୂଳରେ ଲାଖି ରହିଥିବା ଦେଖିଥିଲେ । ଏସମ୍ପର୍କରେ ଅଗ୍ନଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ଡାକ୍ତର ଅମୃତରାଜ ଜେନା ମୃତ ମହିଳାଙ୍କର ପରିଚୟ ମିଳିନଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଜଳରେ ଭାସି ଆସି କୂଳରେ ପ୍ରାୟ ଏକ ସପାହ ଧରି ରହିଥିବା ପୁଲିସ ଅନୁମାନ କରୁଛି । ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଉଛି ।

