ନାଲକୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକଙ୍କ ସରସ୍ଵତୀ ବିଦ୍ୟାମନ୍ଦିର ପରିଦର୍ଶନନାଲକୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକଙ୍କ ସରସ୍ଵତୀ ବିଦ୍ୟାମନ୍ଦିର ପରିଦର୍ଶନ

ନାଲକୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକଙ୍କ ସରସ୍ଵତୀ ବିଦ୍ୟାମନ୍ଦିର ପରିଦର୍ଶନ

ସେମିଳିଗୁଡା ତାରିଖ ତା ୨୧.୦୮.୨୦୨୫ ରିଖ. ନବରତ୍ନ ଉଦ୍ୟୋଗ ନାଲକୋ ଶିଳ୍ପାଞ୍ଚଳ ନିର୍ଦ୍ଦେଶକ ସ୍ଥିତ ସରସ୍ଵତୀ ଵିଦ୍ୟା ମନ୍ଦିର ପ୍ରେକ୍ଷାଳୟରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ତାପସ କୁମାର ପଟ୍ଟନାୟକଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସମ୍ମାନିତ ଅତିଥି ଆଶୁତୋଷ ରଥ କାର୍ଯ୍ଯକାରୀ ନିର୍ଦ୍ଦେଶକ, ମୁଖ୍ୟ ମହାପ୍ରବନ୍ଧକ ଏସ.ବାସୁ ,ସମ୍ପାଦକ ଡ଼କ୍ଟର ଚିତ୍ତରଂଜନ ମିଶ୍ର ଓ ଶିକ୍ଷା ବିକାଶ ସମିତିର ପ୍ରାନ୍ତ ଶୈକ୍ଷିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଧ୍ଯକ୍ଷ ଡଃ ସୁଭ୍ରାଂଶୁ ଶେଖର ବାହିନୀପତି ସ୍ଵାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବିଦ୍ୟାମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ପାଦକ, ଅଧ୍ୟକ୍ଷ ଓ ଭାରପ୍ରlପ୍ତ ଉପାଧ୍ୟକ୍ଷ ପ୍ରଦୀପ କୁମାର ଜଗତି ଙ୍କ ଠାରୁ ଅବଗତ ହୋଇଥିଲେ। ଏଥି ନିମନ୍ତେ ସମ୍ପାଦକ ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା ମଧ୍ୟ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୫୫୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ୭୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।କର୍ମଚାରୀ ସେବା ନିୟମ ସଂଶୋଧନ ପୁସ୍ତିକା ଯଥାଶୀଘ୍ର ଅନୁମୋଦନ କରିବା,ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି,ପରିଚାଳନା ସମିତିର କାର୍ଯ୍ଯ କ୍ଷମତାକୁ ପୂର୍ବ ପରି ଲାଗୁ କରିବା,ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଏକ ସ୍ମାରକ ପତ୍ର ସଂପାଦକ ଡକ୍ଟର ମିଶ୍ର ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲେ।

By admin

Leave a Reply

Your email address will not be published. Required fields are marked *