ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୩ ଗିରଫ ୩୧ ଗ୍ରାମ୍ ବ୍ରାଉନ ସୁଗାର୍ ଜବତ।ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୩ ଗିରଫ ୩୧ ଗ୍ରାମ୍ ବ୍ରାଉନ ସୁଗାର୍ ଜବତ।

ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୩ ଗିରଫ ୩୧ ଗ୍ରାମ୍ ବ୍ରାଉନ ସୁଗାର୍ ଜବତ।

ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ୍ ଟିମ୍‌ ଜାମପଲ୍ଲୀ ଝଙ୍କରାଇ ମନ୍ଦିର ନିକଟରେ ସନ୍ଦେହ ଜନକ ଭାବେ ତିନି ଜଣ ଯୁବକ ଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ । ଅଟକ ଯୁବକ ମାନଙ୍କ ଠାରୁ ୩୧ ଗ୍ରାମ ବ୍ରାଉନ ସୁଗାର୍,୨ଟି ମୋବାଇଲ ଫୋନ ଓ କିଛି ନଗଦ ଟଙ୍କା ଜବତ କରିଛନ୍ତି ଓ ୩ ଯୁବକ ଯଥା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାପଲୀ ଗ୍ରାମର ରାକେଶ କୁମାର ବେହେରା , ଭଞ୍ଜନଗର ଥାନା ଭେଜିପୁଟ୍ ଅଞ୍ଚଳର ଅମିୟ ରଞ୍ଜନ ମହାନ୍ତି ଓ ବାଉଁଶଲୁଣ୍ଡି ଗ୍ରାମର ଅମିତ କୁମାର ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।।ମିଳିଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ତିନି ଲକ୍ଷ୍ୟ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକାରୀ ଓ ଭଞ୍ଜନଗର ଥାନା ଅଧିକାରୀ ଉପସ୍ଥିତ ରହି ନିଶା କାରବାର ରେ ଲିପ୍ତ ଯୁବ ସମାଜକୁ ତାଗିଦ କରିଛନ୍ତି ।ଭଞ୍ଜନଗର ଅଞ୍ଚଳରେ ପ୍ରଥମ ଥର ପାଇଁ ବ୍ରାଉନ ସୁଗର ମିଳିବା ଭଞ୍ଜନଗର ପୋଲିସ ପାଇଁ ଗୋଟାଏ ଖୋଲା ଚାଲେଞ୍ଜ୍ ସୃଷ୍ଟି ହୋଇଛି।

By admin

Leave a Reply

Your email address will not be published. Required fields are marked *