ବାଇକ ଓ ବସ୍ ମୁହାଁ ମୁହିଁ ଧକ୍କା l ଫଳରେ 3 ଜଣ ଗୁରୁତର ।ଆର,ଉଦୟଗିରି(ମନୋଜ କୁମାର ପାଢୀ) – ବାଇକ ଓ ବସ୍ ମୁହଁମୁହିଁ ଧକ୍କା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଏଭଳି ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ମୋହନା ଓ ଲୁହାଗୁଡ଼ି ମଝିରେ ଥିବା ରାମଗଡ ବୁଲାଣିରେ ସୂଚନା ମୁତାବକ ବିଳମ୍ବିତ ରାତିରେ କାମଧେନୁ ନାମକ ଏକ ଘରଇ ଯାତ୍ରୀବାହି ବସ୍ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଠାରୁ ଉମରକୋଟ ଯାଉଥିବାବେଳେ ବିପରୀତ ଦିଗପଟୁ ଦୁଇଜଣ ଯୁବକ ଓ ଜଣେ ନାବାଳକ ମୋହନାରୁ କୁହିହୁରୁ ଗାଁକୁ ଯାଉଥିଲେ l ତେବେ ରାମଗଡ ବୁଲାଣିରେ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ l ତେବେ ଦୁଇ ଯୁବକ ହେଲେ କୁହିହୁରୁ ଗାଁର ରାଜକିଶୋର ମଲ୍ଲିକ ଓ ଝାଟିକାସାହିର ରବି ମଲ୍ଲିକ ଓ ନାବାଳକ ଡେଙ୍ଗାମ୍ବା ଗାଁର ଶୁଭେନ୍ଦୁ ମଲ୍ଲିକ ବୋଲି ଜଣାପଡିଛି l ତେବେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି l
