ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଓ ଲିଓ କ୍ଲବ ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଓ ଲିଓ କ୍ଲବ ପକ୍ଷରୁ ୧୧ତମ ସଂସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ, ଲାୟନ୍ସ ଶଙ୍କରଲାଲ ଅଗ୍ରୱାଲ ।ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ, ଲାୟନ୍ସ ରାଜେଶ କୁମାର ହୋତା ।ଏଥିରେ ମୁଖ୍ୟ ଅତିଥି ଭାବେ ଡିଜି ଲାୟନ୍ସ ମମତା ଗୌତମ, ସମ୍ମାନିତ ଅତିଥି ଭିଡିଜି ଲାୟନ୍ସ ଚରନ୍ଜିତ ହୁରା, ସଂସ୍ଥାପନା ଅଧିକାରୀ ପିଡିଜି ଲାୟନ୍ସ ପ୍ରବୀଣ ଅଗ୍ରୱାଲ, ଆରସି ଲାୟନ୍ସ କୁଶ୍ମିତ କୌର, ଜିଏମଟି ଲାୟନ୍ସ ମନୋଜ ଶର୍ମା। ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବର ସର୍ବ ସମ୍ମତି କ୍ରମେ ଲାୟନ୍ସ କ୍ଲବର ସଭାପତି ଭାବେ ଲାୟନ୍ସ ଅକ୍ଷୟ ପଧାନ ସଂପାଦକ ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ ଓ ଲିଓ କ୍ଲବ ର ସଭାପତି ଭାବେ ୟୁ ରମେଶ, ସଂପାଦକ ବଲରାମ ସାହାନୀ ଚୟନ କରାଯାଇଥିଲା। ଏହି ଅବସରରେ ଅଂଚଳର ୭ଟି ଉଚ୍ଚ ବିଦ୍ୟାଳୟର ମେଟ୍ରିକ ପରୀକ୍ଷା ରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମେମୋଟୋ ସହିତ ସ୍କୁଲ ବେଗ ପ୍ରଦାନ କରାଯାଇଥିଲା। ଏହା ସହିତ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହାକୁ ବରଗଡ ଭଣ୍ଡାର ର ସୁବାଷ ଭୋଇ, ସବିତା ନାୟକ, କୃଷ୍ନ ଚନ୍ଦ୍ର ସାହୁ ଓ ଅମନ ସେଠ ସଂଗ୍ରହ କରି ଥିଲେ। ଏହି ଉତ୍ସବରେ ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନକଂ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବରେ ଲାୟନ୍ସ କ୍ଲବର ସମସ୍ତ ସଦସ୍ଯ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ପରିଶେଷରେ ସଂପାଦକ ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *