ଚିକିତ୍ସାଧିନ ବନଖଣ୍ଡ କର୍ମଚାରୀକୁଂ ରାଜ୍ୟ ବନଖଣ୍ଡ ସଭାପତି ଓ ସଂବଲପୁର ସଭାପତି ସହଯୋଗ ର ହାତ ବଢ଼ାଇଲେ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ପଞ୍ଚରିଡା ରେଞ୍ଜ ଗୋଡ଼ିପଡ଼ା ସେକ୍ସନ୍ ଟୁଲୁବି ବିଟ ଅଫିସର ଭଉଣୀ ଶ୍ରୀମତୀ ପ୍ରଶାନ୍ତି ସାହୁ କିଛିଦିନ ପୂର୍ବେ ହାତୀ ଆକ୍ରମଣ ର ଶିକାର ହୋଇ ଚିକିତ୍ସିତ ହେଉଥିବା ରୁ ସୂଚନା ପାଇ ରାଜ୍ଯ ସଭାପତି ଶ୍ରୀ ଜଗବନ୍ଧୁ ପାତ୍ର, ସମ୍ବଲପୁର ସର୍କଲ ସଭାପତି ଶ୍ରୀ ଯଶୋବନ୍ତ ରଣବିଡ଼ା (ଜେମସ) ଆହତ ବନକର୍ମଚାରୀ ଙ୍କ ନୟାଗଡ଼ ସ୍ଥିତ ଘରକୁ ଯାଇ ପହଂଚିଥିଲେ . ଚିକିତ୍ସା ଗତ ତଥା ବୃତ୍ତିଗତ ବିଭିନ୍ନ ସମସ୍ୟା ଉପରେ ଡିଏଫଓ ଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ରାଜ୍ୟ ସଭାପତି ପ୍ରତିଶ୍ରୁତି ଦେଇଥିଲେ.
