ଲଘୁଚାପ ଜନିତ ଲଗାଣ ବର୍ଷା, ଭାଙ୍ଗିଲା ବିରାଟ ଗଛ |

ଲଘୁଚାପ ଜନିତ ଲଗାଣ ବର୍ଷା, ଭାଙ୍ଗିଲା ବିରାଟ ଗଛ | ଆର,ଉଦୟଗିରି..୮/୮/୨୫.. ( ମନୋଜ କୁମାର ପାଢ଼ୀ) ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତରୁ ପାଣି ଗଳୁଛି l ଫଳରେ ଶ୍ରେଣୀ ଗୃହରେ ପାଣି ଜମି ରହୁଥିବା ବେଳେ ଛାତ୍ରୀ ଛାତ୍ରମାନଙ୍କ ପାଠ ପଢ଼ାରେ ସମସ୍ୟା ସୃଷ୍ଟି ହୋଇଛି l ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି l ମୋହନା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଏକାଧିକ ଶ୍ରେଣୀ ଗୃହରେ ପାଣି ଜମି ରହିଥିବା ଯୋଗୁଁ ଗୋଟିଏ ଶ୍ରେଣୀ ଗୃହରେ ପିଲାମାନେ ବସିଥିବା କହିଛନ୍ତି l ସେହିପରି ଗୁଣ୍ଡିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଧ୍ୟ ବର୍ଷା ପାଣି ଜମି ରହିଛି l କେଶରା ଓ କେଚାପଙ୍କl ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି l ଅନ୍ୟ ପକ୍ଷରେ ଚନ୍ଦ୍ରଗିରି ଅରବିନ୍ଦ ନଗରରେ ଏକ ବିରାଟ ଗଛ ପଡି ତିନିଜଣ ବ୍ୟକ୍ତିଙ୍କ ଘର ବାଧାପ୍ରାପ୍ତ ହୋଇଛି l ତେବେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ତିନି ପରିବାର l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଅଧିକାରୀ କବିରାଜ ସେଠୀ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ଭାଙ୍ଗି ଯାଇଥିବା ଗଛ ହଟାଇ ସଫା କରିଛନ୍ତି |

Leave a Reply

Your email address will not be published. Required fields are marked *