ଲଘୁଚାପ ଜନିତ ଲଗାଣ ବର୍ଷାରେ ମୋହନା ଓ ଆର, ଉଦୟଗିର ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ) – ରାଜ୍ଯ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗଜପତି ରେ ୭୧. ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ଲଗାଣ ବର୍ଷାରେ ମୋହନା ଓ ଆର, ଉଦୟଗିରି ଅଞ୍ଚଳରେ ଜନ ଜୀବନ ଅସ୍ତ ବ୍ୟସ୍ତ । କୋଉଠି ପାହାଡ଼ରୁ ମାଟି ଅତଡା ଖସିଛି ତ କୋଉଠି ଘର ଉପରେ ଘଛ ପଡ଼ିଛି । ମୋହନା ବ୍ଲକ ଲୁହାଗୁଡି ପଞ୍ଚାୟତ ସିରିଶି ପଦା ଠାରୁ ବାଲିବାଡ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ସଡ଼କ ଉପରେ ମାଟି ଅତଡା ଖସିଥିଲା ,ଏପଟେ ମୋହନା ଥାନା ଚନ୍ଦ୍ରଗିରି ଗ୍ରାମ ଅରବିନ୍ଦ ନଗର ର ସିମାଞ୍ଚଳ ମହାପାତ୍ର ,ମନୋଜ କୁମାର ମହାପାତ୍ର ଓ ରୁଦ୍ରନାରାୟଣ ବେହେରା ଙ୍କ ଘରାଉପରେ ପଢିଥିଲା ଗଛ । ସୌଭାଗ୍ୟ ବଶତଃ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ମୋହନା ଅଗ୍ନିଶମ ବାହିନୀ ସୂଚନା ପାଇ ଗଛ ସଫା କରିଛନ୍ତି ।
