ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ଆର.ଉଦୟଗିରି (ମନୋଜ କୁମାର ପାଢୀ/୧୯ ଅଗଷ୍ଟ 2025):
ଗଞ୍ଜାମ ଜିଲ୍ଲାର ଆର.ଉଦୟଗିରି ଅଡବା ଗ୍ରାମର ଜଣେ ଯୁବକ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିବା ଘଟଣା ଆସିଛି। ନିଖୋଜ ଯୁବକଙ୍କ ନାମ ସୁବ୍ରତ ନାୟକ।

ସୂଚନା ଅନୁସାରେ, ଗତକାଲି ଦିନ 12ଟା ସମୟରେ ସୁବ୍ରତ କିଛି ସାଙ୍ଗମାନଙ୍କ ସହିତ ହରଭଙ୍ଗୀ ନଦୀକୁ ମାଛ ଧରିବାକୁ ଯାଇଥିଲେ। କିନ୍ତୁ ସାଙ୍ଗମାନେ ଘରକୁ ଫେରିଥିବା ବେଳେ ସୁବ୍ରତ ଫେରିନଥିଲେ।

ଘଟଣା ସମ୍ବନ୍ଧରେ ପରିବାରଲୋକ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ବର୍ତ୍ତମାନ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ତାଲାଶ ଅଭିଯାନ ଚାଲାଇଛନ୍ତି, ଯଦିଓ ଏପର୍ଯ୍ୟନ୍ତ ସୁବ୍ରତଙ୍କ କୌଣସି ପତା ମିଳିନାହିଁ।

By admin

Leave a Reply

Your email address will not be published. Required fields are marked *