ଜଳ ପ୍ରକଳ୍ପ କାମକୁ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ l
ଆର,ଉଦୟଗିରି (ମନୋଜ କୁମାର ପାଢୀ) – ବହୁ ଚର୍ଚ୍ଚିତ ଛେଳିଗଡ ଜଳପ୍ରକଳ୍ପର କାମ ଆରମ୍ଭ କରିବାରୁ ଟେଣ୍ଡର ପାଇଥିବା ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କୁ ଘେରିଲେ ଅଞ୍ଚଳବାସୀ l ଆଜି ଗଜପତି ଜିଲ୍ଲା ଆର – ଉଦୟଗିରି ବ୍ଲକ ଛେଳିଗଡ ଜଳପ୍ରକଳ୍ପର ମୁଖ୍ୟ ଫାଟକରେ ଥିବା ଏକ ବନ୍ଧ କାର୍ଯ୍ୟ ଟେଂଡର ପାଇଥିବା ଡି ଡି ଭୁଇଲଡର କମ୍ପାନୀର କର୍ମଚାରୀଙ୍କୁ ଘେରିଲେ ବୁଡି ଅଞ୍ଚଳ ଶତାଧିକ ମହିଲା ଓ ପୁରୁଷ l କାରଣ ବିସ୍ଥାପିତ ଅଞ୍ଚଳବାସୀଙ୍କର ଅନେକ ଦାବୀ ରହିଛି ଯାହାକି ଆଜି ପର୍ଯ୍ୟନ୍ତ ସରକାର ପୂରଣ କରିପାରିନାହାନ୍ତି l ଏବଂ ସାମ୍ବିଧାନିକ ନିୟମ ଅନୁସାରେ ଡେମ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରିବା ନିୟମ ରହିଛି କିନ୍ତୁ ଏଠାରେ ସମ୍ପୂର୍ଣ ଭାବେ ବୁଡି ଅଞ୍ଚଳବାସୀଙ୍କୁ ଥଇଥାନ ନକରି ଡେମ କାମ ଆରମ୍ଭ କରାଯାଇଛି l ଏବଂ ପୂର୍ବତନ ଜିଲ୍ଲାପାଳ ବିଜୟ କୁମାର ଦାସ କହିଥିଲେ ଯେପର୍ଯ୍ୟନ୍ତ ବିସ୍ଥାପିତ ଅଞ୍ଚଳବାସୀଙ୍କ ଦାବୀ ପୂରଣ କରାଯାଇନି ସେପର୍ଯ୍ୟନ୍ତ ଡେମ କାମ ସ୍ଥଗିତ ରହିବ ବୋଲି କହିଥିଲେ l
ବହୁ ସମୟ ଧରି ଟେଂଡର ପାଇଥିବା ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କୁ ବୁଡି ଅଂଚଳବାସୀ ଘେରାଓ କରିବା ସହ ଚାଲିଥିବା କାମକୁ ବନ୍ଦ କରିଦେଇଥିଲେ ତେବେ ଘଟଣାସ୍ଥଳରେ ଆର ଉଦୟଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ l ତେବେ ବୁଡି ଅଞ୍ଚଳ ବାସୀଙ୍କ ସମସ୍ତ ଦାବିକୁ ପୂରଣ ନକରି ବେଆଇନ ଭାବେ ଡେମ କରାଯାଏ ତାହେଲେ ଆଗାମୀ ଦିନରେ ରାଜରାସ୍ତା ବନ୍ଦ କରାଯିବ ବୋଲି ବୁଡି ଅଞ୍ଚଳ ସଂଗ୍ରାମ ସମିତି ସଭାପତିତ୍ୱ ଚୈତନ୍ୟ ସାହୁ ଚେତାବନି ଦେଇଛନ୍ତି l ତେବେ ଅନ୍ୟପଟେ ଜଳପ୍ରକଳ୍ପ ଅଧିକାରୀ ବୀରେନ୍ଦ୍ର କୁମାର ଜଗତ କହିଛନ୍ତି ଯେ, ଆଜି କୌଣସି ପ୍ରକାରର ବେଆଇନ କାମ ହୋଇନାହିଁ l ଯାହାବି କାମ ହୋଇଛି ସମସ୍ତ କାମ ସରକାରଙ୍କ ଓ ଜିଲ୍ଲାପାଳଙ୍କ ନିଁର୍ଧେଶରେ ହିଁ ଟେଂଡର ପଡିବା ପରେ କାମ ଆରମ୍ଭ ହୋଇଛି ଏବଂ ପ୍ରକ୍ରିୟା ଚାଲିଛି ଯଥାଶୀଘ୍ର ବୁଡି ଅଞ୍ଚଳବାସୀଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି । ଗଜପତି ଜିଲାରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ।
