ଛତିଶଗଡ଼ କାଙ୍କେରରେ ପୁଣି ନକ୍ସଲ ଉତ୍ପାତ, ଜଣେ ଗ୍ରାମବାସୀଙ୍କୁ ହତ୍ୟା

କାଙ୍କେର (ଛତିଶଗଡ଼): ସୀମାନ୍ତ ଅଞ୍ଚଳ କାଙ୍କେର ଜିଲ୍ଲାରେ ପୁଣିଥରେ ନକ୍ସଲ ହିଂସା ମାତିଛି। ପୁଲିସର ଇନଫର୍ମର ସନ୍ଦେହରେ ନକ୍ସଲମାନେ ଜଣେ ଗ୍ରାମବାସୀଙ୍କୁ ନିର୍ଦ୍ଦୟତାର ସହିତ ହତ୍ୟା କରିଦେଇଛନ୍ତି।ଏହା ସହିତ, ଘଟଣାସ୍ଥଳରେ ପୋଷ୍ଟର ଏବଂ ବ୍ୟାନର ଟାଙ୍ଗି, ସ୍ଥାନୀୟ ସରପଞ୍ଚ ସମେତ କିଛି ଗ୍ରାମବାସୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି।ଏହି ଘଟଣାରେ ପ୍ରଦେଶରେ ପୁଣିଥରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ସୁରକ୍ଷା ବୃଦ୍ଧି କରିଛି ଏବଂ ଅଭିଯାନ ତୀବ୍ର କରାଯାଇଛି।

By admin

Leave a Reply

Your email address will not be published. Required fields are marked *