ଅଷ୍ଟମ ଦିନରେ ଗଜପତି ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ସଂଘର ପ୍ରତିବାଦ । ଗଜପତି(ମନୋଜ ପାଢୀ) -ଗଜପତି ଜିଲ୍ଲା ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବାରେ ରାଜ୍ଯ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ତା ୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ ସାମୁହିକ ଛୁଟିରେ ରହିବା ପରିପେକ୍ଷିରେ ଗଜପତି ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ମଧ୍ୟ ସାମୁହିକ ଛୁଟିରେ ଅଛନ୍ତି ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ପ୍ରକାଶ ଥାଉକି ଗତ ୮ ତାରିଖ ଦିନ ରାଜସ୍ୱ ଅମଲା ମାନେ ନିଜ ନିଜ ଅଧିକାରୀଙ୍କୁ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି l ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି l ଏହି ଆନ୍ଦୋଳନ ସମୟରେ ଜନ ସାଧାରଣଙ୍କ ଯାହା ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ମତ ପ୍ରକାଶ କରିଛନ୍ତି। କିନ୍ତୁ, ଅଗଷ୍ଟ ୧୦ ତାରିଖ ସୁଦ୍ଧା ରାଜ୍ଯ ସରକାର ରାଜସ୍ବ ଅମଲା ମାନଙ୍କର ଦାବିଗୁଡିକୁ ପୂରଣ କରିବା ତ ଦୂରର କଥା, ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ସେମାନଙ୍କୁ ପ୍ରବଳ ଆଘାତ ଦେବା ଭଳି ରାଜସ୍ବ ସେବା ପଦ୍ଧତିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପଦୋନ୍ନତିକୁ ୪୦% ରୁ ୩୩% କରିବା ସହ ଲେବେଲ-୯ ରେ ଜଣେ ଜିଲ୍ଲା ସ୍ତରୀୟ ରାଜସ୍ୱ କର୍ମଚାରୀ ୬ ବର୍ଷ ଦରମା ପାଇଲେ ଯୋଗ୍ୟ ହେବ ବୋଲି ନିର୍ଦ୍ଦେଶାନାମା ଜାରି କରିଥିଲେ। ଯାହା ଫଳରେ ସମସ୍ତ ରାଜସ୍ବ ଅମଲାମାନଙ୍କ ମଧ୍ଯରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କ ପଦବୀ ପୁନର୍ଗଠନ ଆଳରେ ବର୍ଷ ବର୍ଷ ଧରି ସାଧାରଣ ପଦୋନ୍ନତିକୁ ଅଟକାଇ ରଖାଯିବା ଫଳରେ ସେମାନଙ୍କ ମଧ୍ଯରୁ ଅନେକ ପଦନ୍ନୋତି ପୂର୍ବରୁ ଅବସର ଗ୍ରହଣ କରିସାରିଛନ୍ତି l ସେମାନେ ତାଙ୍କର ନାର୍ଯ୍ଯ ପ୍ରାପ୍ତିରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ l ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନେ ଦକ୍ଷତାର ସହ ରାଜ୍ଯ ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ଯ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି।ସେମାନଙ୍କର ଦାବି ଗୁଡିକ ମଧ୍ୟ ରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ୍- ୯ କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା ୮୮୯୮ ତାରିଖ- ୧୫-୦୩-୨୪ ଅନୁଯାୟୀତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା, ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ଅଛି। ପୁନଶ୍ଚ ଗଜପତି ଜିଲ୍ଲା ସମ୍ପାଦକ ଶ୍ରୀ ଶାନ୍ତୁନୁ ମିଶ୍ର ପ୍ରକାଶ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପରେ ସଂଘର ଦୃଢ଼ ଆଶା ଓ ବିଶ୍ୱାସ ଅଛି ଯେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ହଜାର ହଜାର ରାଜସ୍ୱ ଅମଲାଙ୍କୁ ଲୋକ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ସରକାର ଠାରୁ ନ୍ୟାୟ ନିଶ୍ଚିତ ମିଳିବ। ଜନସାଧାରଣ ଏହି ଆନ୍ଦୋଳନ ଫଳରେ ସରକାରୀ ସେବା ପାଇବା ପାଇଁ ଯେଉଁ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ସେ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଜିଲ୍ଳା ର ସମସ୍ତ ରାଜସ୍ବ ବିଭାଗର କାର୍ଯ୍ୟ ରତ ରାଜସ୍ବ ଅମଲା ମାନେ ସମୂହ ଛୁଟିରେ ବସିଥିବା ସେ ଗଣ ମାଧ୍ୟମ କୁପ୍ରକାଶ କରିଛନ୍ତି।
