ହିଲଟପ ମହାବିଦ୍ୟାଳୟ ୭୯ ତମ ସ୍ୱାଧୀନତା ଦିବସ ପାଳନ |

ହିଲଟପ ମହାବିଦ୍ୟାଳୟ ୭୯ ତମ ସ୍ୱାଧୀନତା ଦିବସ ପାଳନ |

ଗଜପତି.. ୧୬/୮/୨୫..(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ହିଲଟପ ମହାବିଦ୍ୟାଳୟ ର (ଯୁକ୍ତ ୨ଓ ଯୁକ୍ତ ୩)ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି. ଏହି ଅବସରରେ ମହାବିଦ୍ୟାଳୟର ( ଯୁକ୍ତ ୨ ) ଅଧକ୍ଷ ଶ୍ରୀ ସିମାଞ୍ଚଳ ସାହୁ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିବା ସହ ମୁଖ୍ୟ ବକ୍ତା ଭାବେ ( ଯୁକ୍ତ ୩ ) ଅଧକ୍ଷ ଶ୍ରୀ ଶୁଭ୍ରକାନ୍ତ ମହାନ୍ତି, ଅନ୍ୟ ତମ ବକ୍ତା ଭାବେ ( ଯୁକ୍ତ ୨ ) ଇତିହାସ ବିଭାଗୀୟ ବରିଷ୍ଠ ଅଧ୍ୟାପକ ଶ୍ରୀ ଭଗବାନ ବିଷୋୟୀ ଛାତ୍ରୀ ଛାତ୍ରମାନଙ୍କୁ ନିଜ ନିଜ ଅଭିଭାଷଣ ରଖିଥିଲେ. ଏହି କାର୍ଯ୍ୟକ୍ରମକୁ ଇଂରାଜୀ ଅଧ୍ୟାପକ ଏସ. ରମେଶ ଓ ଗ୍ରନ୍ଥଗାର ରକ୍ଷକ ଶ୍ରୀ ଗୋପାଳ ପଟ୍ଟନାୟକ ପରିଚାଳନା କରିଥିଲେ. ଏବଂ ଶେଷରେ ( ଯୁକ୍ତ ୩ ) ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଜଗନ୍ନାଥ ପଣ୍ଡା, ଅନିଲ କୁମାର ତ୍ରିପାଠୀ ଏବଂ ସମସ୍ତ ଅତିଥି, ଅଧ୍ୟାପିକା,ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ ଛାତ୍ରମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ, କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *