ସ୍ଥାନୀୟ ବ୍ୟକ୍ତି ଙ୍କୁ ରୋଜଗାର କ୍ଷମ ସହିତ ନିଯୁକ୍ତି ଓ ରାୟଗଡା ଜ଼ିଲ୍ଲା ର ଅର୍ଥନୈତିକ କ୍ଷେତ୍ର ରେ ବିକାଶ ପାଇଁ ମିଟ୍ସ ମେଗା ଫୁଡ ବେଶ ସହାୟକ ମନ୍ତ୍ରୀ ଗୋକୁଳା ନନ୍ଦ

ସ୍ଥାନୀୟ ବ୍ୟକ୍ତି ଙ୍କୁ ରୋଜଗାର କ୍ଷମ ସହିତ ନିଯୁକ୍ତି ଓ ରାୟଗଡା ଜ଼ିଲ୍ଲା ର ଅର୍ଥନୈତିକ କ୍ଷେତ୍ର ରେ ବିକାଶ ପାଇଁ ମିଟ୍ସ ମେଗା ଫୁଡ ବେଶ ସହାୟକ ମନ୍ତ୍ରୀ ଗୋକୁଳା ନନ୍ଦ

ରାୟଗଡା ( ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ଭୁଜବଳ ଠାରେ ଅବସ୍ଥିତ ମିଟ୍ସ ମେଗା ଫୁଡ ପାର୍କ ପରିଦର୍ଶନ ରେ ମାବ୍ୟବର ମନ୍ତ୍ରି ଗୋକୁଳାନନ୍ଦ ମାଲିକ କ୍ଷୁଦ୍ର ଓ ମାଧ୍ୟମ ଏଣ୍ଟେରପ୍ରାଇଜ, ମସ୍ଚ୍ୟ ଓ ପଶୁପାଳନ ବିଭାଗ ଓଡିଶା ସରକାର ପରିଦର୍ଶନ ରେ ଆସିଥିଲେ l ମନ୍ତ୍ରୀ ମିଟ୍ସ ରେ ପହଂଚିବା ପରେ ମିଟ୍ସ ସି ଇ ଓ ଶ୍ରୀରାମ ପଣ୍ଡା, ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା ମିଟ୍ସ ର ଛାତ୍ରୀ ମନ୍ତ୍ରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ପରେ ମନ୍ତ୍ରୀ ମେଗା ଫୁଡ ର ଧାନକଳ, ଶୀତଳ ଭଣ୍ଡାର, ଜୁଇସ ଫ୍ୟକ୍ଟୋରୀ ପରିଦର୍ଶନ କରିଥିଲେ l ଏହାପରେ ମିଟ୍ସ ସି ଇ ଓ ଶ୍ରୀରାମ ପଣ୍ଡା ମିଟ୍ସ ମେଗା ଫୁଡ ର ଫାଉଣ୍ଡେସନ ର ଶୁଭ ଦେବା ଠାରୁ ଆରମ୍ଭ କରି ଉଦଘାଟନ ପର୍ଯ୍ୟନ୍ତ ବିସ୍ତୃତ ବିବରଣୀ ସହିତ ଏହି ଫୁଡ ପାର୍କ କିପରି ଆଗେଇ ଚାଲିଛି ସେ ସମ୍ପର୍କ ରେ ଅବଗତ କରାଇଥିଲେ l ଗତ 2024 ରେ ସ୍ୱାଧୀନତା ଦିବସ ଅବସୋରରେ ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ୱାଇଁ କିଛି ମାସ ପରେ ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆସି ପରିଦର୍ଶନ କରି ଥିଲେ ବୋଲି କହିଥିଲେ l ଫୁଡ ପାର୍କ କୁ ପରିଚାଳନା ନିମନ୍ତେ ପାଣିର ଅଭାବ ରହିଛି ଏହା କିପରି ଦୂର ହେବ ସେଥିପାଇଁ ମନ୍ତ୍ରି ବକ ଦୃଷ୍ଟି ଆକର୍ଷଣ କରିଥିଲେ l ମିଟ୍ସ ମେଗା ଫୁଡ ପରିଦର୍ଶନ ସାରି ମନ୍ତ୍ରୀ ଖୁଶୀ ବ୍ୟକ୍ତ କରି ନିଜର ବକ୍ତବ୍ୟ ରେ କହିଛନ୍ତି ଜେ ଗୋଟିଏ ସ୍ଥାନ ରେ ଛାତ୍ର ଛାତ୍ରୀ ମାନେ ପାଠ ପଡିବା ସହିତ ରିସର୍ଚ୍ଚ ଓ ଉତ୍ପାଦନ ପାଇଁ ବହୁତ ସକ୍ଷମ ଦେଇପାରୁଛି ମିଟ୍ସ ମେଗା ଫୁଡ ବୋଲି କହିଥିଲେ l ପୁଣି ମନ୍ତ୍ରୀ କହିଛନ୍ତି ଜେ ସ୍ଥାନୀୟ ବ୍ୟକ୍ତି ଙ୍କୁ ରୋଜଗାର କ୍ଷମ ସହିତ ନିଯୁକ୍ତି ଓ ରାୟଗଡା ଜ଼ିଲ୍ଲା ର ଅର୍ଥନୈତିକ କ୍ଷେତ୍ର ରେ ବିକାଶ ପାଇଁ ମିଟ୍ସ ମେଗା ଫୁଡ ବେଶ ସହାୟକ ହୋଇପାରିଛି ବୋଲି l ମୁଁ ମିଟ୍ସ ପରିଦର୍ଶନ ଆସିବା ପୂର୍ବରୁ ମିଟ୍ସ ବିଷୟରେ ଯାହା ଶୁଣୁଥିଲି ଏହିଠାକୁ ଆସିବା ପରେ ଯାହା ଦେଖିଲି ଏଥିରେ ଆଶ୍ଚମ୍ବିତ ହୋଇଗଲି l ମୋତେ ଯାହା କୁହା ଯାଇଥିଲା ମିଟ୍ସ ବିଷୟରେ ତାହା ସମ୍ପୂର୍ଣ୍ଣ ଭୁଲ ମିଟ୍ସ ଅଂଚଳ ର ବିକାଶ ପାଇଁ ଯେଉଁ କାମ କରି ଚାଲିଛନ୍ତି ତା ଙ୍କୁ ମୁଁ ପ୍ରଶଂସା ନ କରି ରହିପାରୁନାହିଁ l ମିଟ୍ସ ଅଧକ୍ଷ ବଲକୃଷ୍ଣ ପଣ୍ଡା ରାୟଗଡା ଜ଼ିଲ୍ଲା ର ବିକାଶ ପାଇଁ ସବୁବେଳେ ମୋ ସହିତ ଭୁବନେଶ୍ୱର ରେ ଯେବେ ମିଶନ୍ତି ଆଲୋଚନା କରନ୍ତି ବୋଲି କହିଥିଲେ l ମିଟ୍ସ ର ଯାହା ଅଭାବ ରହିଛି ତାହା ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ l ମନ୍ତ୍ରୀ ଙ୍କ ସହିତ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ଶିବ ଉଲାକା, କାଳିରାମ ମାଝୀ, ହଳଧର ହିମିରିକା ଙ୍କ ସମତେ ବହୁ ବିନେପି କର୍ମୀ ରହିଥିଲେ l

Leave a Reply

Your email address will not be published. Required fields are marked *