ମୋହନା ରେ ସ୍ୱାଧୀନତା ଦିବସ,ଜ଼ିଲ୍ଲା ସ୍ତରରେ ପୁରସ୍କୃତ ହେଲେ ମୋହନା ଛାତ୍ରୀ ଛାତ୍ର |

ଗଜପତି… ୧୬/୮/୨୫.. ( ମନୋଜ ପାଢୀ ) ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ କୁ ମହା ଆଡମ୍ବର ରେ ପାଳିତ ହୋଇଯାଇଛି l ମୋହନା ତହସିଲ କାର୍ଯ୍ୟାଳୟ ଏବଂ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ଠାରେ ତହସିଲଦାର ଚକ୍ରଧର ପାଢ଼ୀ, ଗୋଷ୍ଠି ଶିକ୍ଷା କେନ୍ଦ୍ର ରେ ନରେନ୍ଦ୍ର ବେହେରା, ଗୋଷ୍ଠି ଉର୍ନ୍ନୟନ କାର୍ଯ୍ୟାଳୟ ରେ ରାଜୀବ ଦାସ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଜୟ ପଣ୍ଡା, ଜର୍ଣ୍ଣାଲିଷ୍ଟ ୟୁନିଅନ ଓ ବନ ବିଭାଗ କାର୍ଯ୍ୟାଳୟ ଠାରେ ବନାଞ୍ଚଳ ଅଧିକାରୀ ଲଷ୍ମୀପ୍ରସାଦ ବିଷୋୟୀ, ମୋହନା ଥାନା ରେ ସେକେଣ୍ଡ ଅଫିସର ଜୟନ୍ତୀ ପୂର୍ତ୍ତି ଏବଂ ପି. ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର, ହିଲଟପ ମହାବିଦ୍ୟାଳୟ ରେ ସିମାଞ୍ଚଳ ସାହୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ରେ ଅଜିତ କୁମାର ପାତ୍ର,ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ l ଏହି ପରିପ୍ରେକ୍ଷୀରେ ଗତ ୮ ତାରିଖ ରେ ଆୟୋଜିତ ହୋଇଥିବା ଜ଼ିଲ୍ଲା ସ୍ତରୀୟ ନାଚ, ଗୀତ,ପ୍ରବନ୍ଧ ଲିଖନ, ବକୃତା ପ୍ରତିଯୋଗିତା ରେ ମୋହନା ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ଛାତ୍ରମାନେ କୃତିତ୍ୱ ଅର୍ଜନ କରି ଜ଼ିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୁରସ୍କୃତ ହୋଇ ମୋହନା ପାଇଁ ଗୌରବ ଆଣିଛନ୍ତି, ଏହି କାର୍ଯ୍ୟକ୍ରମରେ ବକୃତା ପ୍ରତିଯୋଗିତା କନିଷ୍ଠ ବିଭାଗ ରେ ଚାନ୍ଦିପୁଟ ଲାଲ ବହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶ୍ରୀୟା ପାଇକ, ବରିଷ୍ଠ ବିଭାଗ ରେ ମୋହନା ସରକାରୀ ପି. ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶ୍ରୀୟାରାଣୀ ସାହୁ, ପ୍ରବନ୍ଧ ଲିଖନ କନିଷ୍ଠ ବିଭାଗ ରେ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରିୟଦର୍ଶିନୀ ସାହୁ, ବରିଷ୍ଠ ବିଭାଗ ରେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଯଜ୍ଞପ୍ରଭା ବେହେରା,ଚିତ୍ରାଙ୍କନ କନିଷ୍ଠ ବିଭାଗ ରେ ପି. ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ମୋହନା ର ଛାତ୍ର ଟିକେନ କୁମାର କାର୍ଜି, ବରିଷ୍ଠ ବିଭାଗ ରେ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ନାରାୟଣ ପାଇକ ଏବଂ ସଙ୍ଗୀତ ପ୍ରତିଯୋଗିତା କନିଷ୍ଠ ବିଭାଗ ରେ ଆଲିଗଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାଣିକ ବୀର, ବରିଷ୍ଠ ବିଭାଗ ରେ ହିଲଟପ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଆକାଶିନୀ ନାୟକ ଜ଼ିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି |

By admin

Leave a Reply

Your email address will not be published. Required fields are marked *