ବିଭାଜନ ବିଭୀଷିକା ସ୍ମୃତି ଦିବସ ରେ ମନ୍ତ୍ରୀ ଗୋକୁଳାନନ୍ଦ ଙ୍କ ଯୋଗଦାନ ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଅୟୋଜିତ ବିଭାଜନ ବିଭୀଷିକା ସ୍ମୃତି ଦିବସ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବିଭାଜନ ବିଭୀଷିକା ସ୍ମୃତି ଦିବସ ରେ ମନ୍ତ୍ରୀ କହିଥିଲେ ଜେ ଦେଶମାତୃକା ପାଇଁ ଜାତୀୟ ଏକତା ଓ ଅଭିମାନକୁ ସର୍ବପ୍ରଥମେ ରଖିବା ଆବଶ୍ୟକ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ। ୧୯୪୭ର ବିଭାଜନରେ ଲକ୍ଷ ଲକ୍ଷ ଭାଇ-ଭଉଣୀ ବାସ ହରା ହେଲେ, ଅସଂଖ୍ୟ ପରିବାର ବିଚ୍ଛିନ୍ନ ହେଲା, ହଜାର ହଜାର ନିର୍ଦ୍ଦୋଷ ଲୋକଙ୍କୁ କେବଳ ଧର୍ମର ଆଧାରରେ ହତ୍ୟା କରାଯାଇଥିଲା । ସେମାନଙ୍କର ସାହସ, ବଳିଦାନ ଓ ଦୃଢ଼ ସଙ୍କଳ୍ପରୁ ଆଜିର ଭାରତ ଗଢ଼ିଉଠିଛି। ଆଜି ବିଭାଜନ ବିଭୀଷିକାର ସ୍ମୃତି ଦିବସ ଅବସରରେ ସେମାନଙ୍କର ସେହି ସଂଘର୍ଷ ଓ ବଳିଦାନକୁ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି lଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଆମେ ଯେତେବେଳେ ପୂର୍ବଜମାନଙ୍କ ତ୍ୟାଗକୁ ସ୍ମରଣ କରୁଛୁ, ସେତେବେଳେ ଆଜିର ନୂଆ ଭାରତ ସେମାନଙ୍କ ସାହସ ଓ ସଂକଳ୍ପକୁ ପ୍ରଣାମ ଜଣାଉଛି। ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ବରିଷ୍ଠ ନେତା କୋଣ୍ଡା ବାବୁ, ବସନ୍ତ ଉଲାକା, କାଳିରାମ ମାଝୀ, ତ୍ରିନାଥ ଗୋମାଙ୍ଗ କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ ଙ୍କ ସମତେ ବହୁ କର୍ମୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଙ୍କୁ ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା କୋଣ୍ଡା ବାବୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ରାୟଗଡା ଜ଼ିଲ୍ଲା ବିଜେପି ର ସ୍ଥିତି କିପରି ରହିଛି ଦଳକୁ ମସଜବୁତ କିପରି ହେବ ଆଲୋଚନା କରିଥିବା ର ଜଣାପଡିଛି l
