ଟିକାବାଲି ମହାବିଦ୍ୟାଳୟ ପରିଦର୍ଶନକରି, ବୃକ୍ଷ ରୋପଣ କଲେ କନ୍ଧମାଳ ସାଂସଦ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ,ଏମ, ସି, ଏସ ମହାବିଦ୍ୟାଳୟ ମହାଡ଼ମ୍ବରରେ ସ୍ୱାଧୀନତା ଦିବସ ପାଳନ କରିଥିଲା l ଏହି ଜାତୀୟ ଦିବସରେ କନ୍ଧମାଳ ସାଂସଦ ମାନ୍ୟବର ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଶର ଐତିହ୍ୟ, ଅଖଣ୍ଡ ତା କିପରି ବଜାୟ ରହିବ ବକ୍ତବ୍ୟ ଦେଇଥିଲେ l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଂସ୍କୃତ ରେ ପାରଙ୍ଗମତା,ଇନୋଭେସନ ଓ ଷ୍ଟାର୍ଟଆପ କୁନେଇ ଛାତ୍ର, ଛାତ୍ରୀ ଭିତରେ ନୂତନ ଚିନ୍ତାଧାରା ଓ ଉଦ୍ୟେଗି ମନଭାବ କିପରି ସୃଷ୍ଟି ହୋଇପାରିବ ତାକୁ ନେଇ ପ୍ରତିଯୋଗିତା ହୋଇ ଥିଲା, ସାଂସଦ ବିଜୟୀ ଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରିଥିଲେ, ସମ୍ମାନିତ ଅତିଥିଭାବେ ଶ୍ରୀ ରାମବିଶ ଡିଗାଲ, ଶ୍ରୀମତୀ ଅଜୟନ୍ତୀ ପ୍ରଧାନ,ଶ୍ରୀଯୁକ୍ତ ମାନଗୋବିନ୍ଦ ପ୍ରଧାନ, ଶ୍ରୀଯୁକ୍ତ ଜିତେନ୍ଦ୍ର ଡାକୁଆ ଯୋଗଦେଇଥିଲେ l ସମସ୍ତ ଅତିଥି କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ l କୃତୀ ପ୍ରତିଯୋଗୀ ହେଲେ ଛାତ୍ରୀ ରାନୀ ମହାରଣା, ସୁପ୍ରିୟା ରଇତ, ଅଙ୍କିତା ପ୍ରିୟଦର୍ଶିନୀ ମହାପାତ୍ର, ପ୍ରତ୍ୟାଶା ପ୍ରିୟଦର୍ଶିନୀ ମହାପାତ୍ର,ଛାତ୍ର ବଳରାମ ବେହେରା,ଆନନ୍ଦ ଡିଗାଲ, ବିଶ୍ୱଜିତ ନାଗ l ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ର କିଛି ସମସ୍ୟାକୁ ସମାଧାନ କରିବାପାଇଁ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଅଧ୍ୟାପକ ବନମାଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଲକଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

