ଗାର୍ଡିଙ୍ଗିଆ ଠାରେ ଅତି ଧୂମଧାମ ରେ ପାଳିତ ହେଲା ପବିତ୍ର ଜନ୍ମ ଅଷ୍ଟମୀ ଓ ନନ୍ଦ ଉତ୍ସବ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତ ମଣ୍ଡାଗୁଡା ଗ୍ରାମରେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଅତି ଆନଦ ଉଲ୍ଲାସ ରେ ପବିତ୍ର ଜନ୍ମଅଷ୍ଟମୀ ପାଳିତ ହୋଇଥିବା ର ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଗତ କାଲି ରାତିରେ ଭକ୍ତ ଭାଇ ଭଉଣୀ ମାନେ ରାତି ଉଜାଗର କରି ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ସମୟକୁ ଅପେକ୍ଷା କରି ହୁଳହୁଳି କର ତାଳି ସହିତ କୃଷ୍ଣ ଓ ରାମ ନାମରେ ପ୍ରକମ୍ପିତ କରି ନାମ ଗାନ କରିଥିଲେ l ଶେଷରେ ଗ୍ରାମ ଗ୍ରାମ ପରିକ୍ରମା କରି ନାଚ ଗୀତ ରେ ମଜି ଯାଇଥିବା ଦେଖୁବାକୁ ମିଳିଛି l ଆଜିର ଏହି ପବିତ୍ର ଜନ୍ମ ଅଷ୍ଟମୀ କାର୍ଯ୍ୟକ୍ରମ ରେ ପୁରୋହିତ ଭାବେ ଏକ ଲବ୍ୟ ପ୍ରଧାନ ପୂଜା କାର୍ଯ୍ୟ କରିଥିଲେ ଏବଂ ସହଯୋଗ କରିଥିଲେ, ଗଣେଶ୍ୱର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଦିଗାଲ, ଲୋକନାଥ ପ୍ରଧାନ, ରାଇଙ୍ଗା ଦିଗାଲ, , ପ୍ରିୟଞ୍ଜନ ପ୍ରଧାନ, ରାଓ ପ୍ରଧାନ, ସୁରାଜ ପ୍ରଧାନ ରାଷ୍ଟ୍ରପତି ପ୍ରଧାନ, ମୃତ୍ୟୁଞ୍ଜୟ ପ୍ରଧାନ ଶିଶିର ଦିଗାଲ, ଅଜିତ ଦିଗାଲ ସହିତ ଅନ୍ୟାନ୍ୟ ଉଭୟ ପୁରୁଷ ମହିଳା ମାନଙ୍କ ନେଇ ପାଳିତ ହୋଇଛି ଏହି ପବିତ୍ର ଜନ୍ମ ଅଷ୍ଟମୀ ପର୍ବ l

