ସ୍ବାଧୀନତା ଦିବସ ଅବସରରେ ରକ୍ତଦାତ୍ରୀ ସମ୍ମାନିତ ସେମିଳିଗୁଡା ତାରିଖ ୧୫,୮,୨୦୨୫,ସେମିଳିଗୁଡାର ବରିଷ୍ଠ ରକ୍ତଦାତ୍ରୀ ,ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସ୍ବାଧୀନତା ଦିବସ ପାଳନ ଅବସରରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିସ୍ଚାଳୟ ଓ ରକ୍ତକେନ୍ଦ୍ର ଦ୍ବାରା ୫୪ଥର ରକ୍ତଦାନ କରି ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସମ୍ମାନିତ ହୋଇଛନ୍ତି।ଏହି ଉପଲକ୍ଷେ ଭେଷଜ ମହାବିଦ୍ୟାଳୟର ସୁପରିଟେଣ୍ଡେଣ୍ଟ ଡକ୍ଟର ସୁଶାନ୍ତ କୁମାର ସାହୁ ଓ ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଶ୍ରୀମତୀ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ,ମାନପତ୍ର,ଉପଢୌକନ ପ୍ରଦାନ କରି ସମ୍ମାନିତ କରିବା ସହ ତାଙ୍କ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଶ୍ରୀମତୀ ମିଶ୍ରଙ୍କ ସହ ଦାମନଯୋଡିର ଡକ୍ଟର ନରେଶ ଚନ୍ଦ୍ର ସାହୁ ୯୭ଥର ରକ୍ତ ଦାନ କରି ଓ ଶ୍ରୀ ପବିତ୍ର କୁମାର ସାହୁଙ୍କୁ ୧୨୩ ଥର ରକ୍ତଦାନ କରିଥିବାରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇ ଥିଲା।ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ରକ୍ତଦାନ ଶିବିରରେ ଶ୍ରୀମତୀ ମିଶ୍ର ୫୪ତମ ରକ୍ତଦାନ କରି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ।
