ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ।

ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ।ଆର,ଉଦୟଗିରି (ମନୋଜ କୁମାର ପାଢୀ)ଆଜି ସାରା ଭାରତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲା ମୋହନା ଯୌର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳନ ଧୁମ ଧାମ ରେ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋହନା ଥାନା ସବ ଇନ୍ସପେକ୍ଟର ସୌମ୍ୟ ରଞ୍ଜନ ବରାଳ ଯୋଗ ଦେଇଥିଲେ। ଅତିଥି ମାନେ ନିଜ ଅଞ୍ଚଳ ତଥା ନିଜ ଦେଶ ରେ କିଭଳି ସାମ୍ବାଦିକ ଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ନିଜ ବକ୍ତବ୍ୟ ରଖିଥିବା ବେଳେ ଯୌର୍ଣ୍ଣାଲିଷ୍ଟ ୟୁନିଅନ ସମ୍ପାଦକ ମିହିର ରଞ୍ଜନ ଜତି ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଆଇନ ପରାମର୍ଶ ଦାତା ସନ୍ତୋଷ କୁମାର ପାଢ଼ୀ, ଉପଦେଷ୍ଟା ଗଣେଶ ବିଷୋୟୀ, ଜିତେନ୍ଦ୍ର କୁମାର ବେହେରା, ସୁଵିତ କୁମାର ନାୟକ, ମୁକ୍ତି ମଣ୍ଡପ ଦଣ୍ଡସେନା, ତ୍ରିପତି ବିଷୋୟୀରତ୍ନ, ଲକ୍ଷ୍ମୀ ଆଚାର୍ଯ୍ୟ, ପିଣ୍ଟୁ ପ୍ରଧାନ ଙ୍କ ସହ ମୋହନା ଯୁବକ ସଂଘର ସଦସ୍ୟ ରବୀନ୍ଦ୍ର ନାରାୟଣ ପାଢ଼ୀ, ବାଳକୃଷ୍ଣ ମାଝୀ ଙ୍କ ସହ ବନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *