ଥୁଆପାଲି ଠାରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ ଥୁଆପାଲି ଠାରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସରକାରୀ, ବେସରକାରୀ ବିଦ୍ୟାଳୟ ମାନଙ୍କରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି। ଥୁଆପାଲି ୟୁଜିଏମଇ ବିଦ୍ୟାଳୟ, ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ, ନ୍ୟୁ ଡନବସ୍କୋ ଏକାଡେମୀ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ, ଝରାପାଲି ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ରଭାତଫେରୀ ସହିତ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଝରାପାଲି ମାର୍କେଟ, ଥୁଆପାଲି ଲାୟନ୍ସ କ୍ଲବ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ସଂକ୍ରିଡା ପେକ୍ସ ଠାରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ ପତାକା ଉତ୍ତୋଳନ କରିଥିଲେ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ କଂ ସହିତ ପେକ୍ସ ର ସମସ୍ତ ଡାଇରେକ୍ଟର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହା ସହିତ ଅତାବିରା ଆରଏମସି ଅନ୍ତର୍ଗତ ଝରାପାଲି ମାର୍କେଟ ୟାର୍ଡ଼ ଠାରେ ମାର୍କେଟ ଇନ୍ଚାଜ ଚିତ୍ତରଞ୍ଜନ ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ, ବିଭିନ୍ନ ମାର୍କେଟ ୟାର୍ଡ଼ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସଂକ୍ରିଡା ରାଜସ୍ବ କାର୍ଯ୍ୟାଳୟ ଠାରେ ରାଜସ୍ବ ନିରୀକ୍ଷକ ଡମ୍ବରୁଧର ସେଟ ପତାକା ଉତ୍ତୋଳନ କରିଥିଲେ, ସମସ୍ତ କର୍ମଚାରୀ ଓ ଚାଷୀ ମାନେ ଉପସ୍ଥିତ ରହି ଥିଲେ।ସମସ୍ତ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

By admin

Leave a Reply

Your email address will not be published. Required fields are marked *