ରୁଷ ହମଲା ସମ୍ପର୍କରେ ମୋଦିଙ୍କୁ ଅବଗତ କଲେ ଜେଲେନ

ସ୍କିକିଭ୍‌/ନୂଆଦିଲ୍ଲୀ: ରୁଷ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ସେ ୟୁକ୍ରେନର ବିଭିନ୍ନ ସହର ଓ ଗାଁରେ ରୁଷ ଜାରି ରଖିଥିବା ହମଲା ବିଷୟରେ ମୋଦିଙ୍କୁ ଅବଗତ କରାଇଛନ୍ତି।ଜେଲେନସ୍କି କହିଛନ୍ତି, ଗତକାଲି ଜାପୋରିଝଝିଆରେ ଥିବା ଗୋଟିଏ ବସ୍‌ ଷ୍ଟାଣ୍ଡ ଉପରେ ରୁଷ ୱାୟୁହମଲା କରିଥିଲା, ଯେଉଁଥିରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରୁଷ ଜାଣି-ଶୁଣି ଜନବସତି ଉପରେ ବୋମା ମାଡ଼ୁଛି।

By admin

Leave a Reply

Your email address will not be published. Required fields are marked *