ରାଉରକେଲାରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ,

୧୪ ଅନ୍ତଃରାଜ୍ୟ ଠକ ସହ ୨ ବ୍ୟାଙ୍କ କର୍ମଚାରୀ ଗିରଫରାଉରକେଲା ପୁଲିସ ଏକ ବଡ଼ ସାଇବର ଠକେଇ ଚକ୍ରକୁ ପର୍ଦ୍ଦାଫାସ କରି ୧୪ ଅନ୍ତଃରାଜ୍ୟ ଠକ ସହ ୨ ବ୍ୟାଙ୍କ କର୍ମଚାରୀଙ୍କୁ ଗିରଫ କରିଛି। ଏହି ଠକେଇ ଚକ୍ର ଦୁବାଇ ଓ ନେପାଳରୁ ଅପରେଟ୍ ହେଉଥିଲା। ପୁଲିସ ତଥ୍ୟ ଅନୁସାରେ, ପ୍ରାୟ ୨୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା କାରବାର କରାଯାଇଥିଲା।ଅଭିଯାନ ସମୟରେ ଆଧାରକାର୍ଡ, ପାନ୍‌କାର୍ଡ, ପାସ୍‌ବୁକ, ଚେକ୍‌ବୁକ୍‌ ସହ ବିଭିନ୍ନ ଦଳିଲ ଜବତ କରାଯାଇଛି। ଠକମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ବିହାରରେ ଥିଲା।ଡିଆଇଜି ବ୍ରିଜେଶ ରାୟ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯେ, ଗିରଫ ସମସ୍ତ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲାର ନିବାସୀ।

By admin

Leave a Reply

Your email address will not be published. Required fields are marked *