ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ।
ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ କୁ ଅପରାଧୀ ମାନଙ୍କର ଖୋଲା ଚ୍ୟାଲେଞ୍ଜ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ନିମଖଣ୍ଡି ଥାନା ଅଞ୍ଚଳରେ ମହିଳାଙ୍କ ଗଳାକାଟି ହତ୍ୟା ହୋଇଥିବାର କିଛି ସମୟ ପରେ ହିଞ୍ଜିଳି ଥାନା ଅର୍ନ୍ତଗତ ରାଳବ ଗ୍ରାମରେ ସାମାନ୍ୟ କଥାକୁ ନେଇ ହରି ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅରୁଣ ଦଳେଇ ନାମକ ଜଣେ ଯୁବକ ପେଟକୁ ଭୁଷି ହତ୍ୟା କରି ଚମ୍ପଟ୍ ମାରୁଥିବା ବେଳେ ପୋଲିସ କାବୁ କରି ଜେରା କରୁଛନ୍ତି। ଘଟଣାରୁ ପ୍ରକାଶ ଯେ ବର୍ଷା ଯୋଗୁଁ ଗାଁ ମଣ୍ଡପରେ କିଛି ଲୋକ ଆଶ୍ରୟ ନେଇଥିବା ବେଳେ ବିଦ୍ୟୁତ୍ ପଙ୍ଖା ବୁଲୁଥିବା ବେଳେ ବର୍ଷାପାଣି ରେ ଖରାପ ହୋଇଯିବ ଭାବି ସାଗର ପଟ୍ଟନାୟକ ନାମକ ଜଣେ ଯୁବକ ଉକ୍ତ ପଙ୍ଖାକୁ ବନ୍ଦ କରି ଦେବା ଯୋଗୁଁ ହତ୍ୟାକାରୀ ଅରୁଣ ସାଗର କୁ ନିର୍ଦ୍ଧୁମ ମାଡ ମାରିଥିଲା। ଏତିକି ସାଗର ର ବାପା ହରି ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଆପତ୍ତି କରିବାରୁ ଅରୁଣ ହରିକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ହରି ପଟ୍ଟନାୟକର ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଏତିକି ବେଳେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯିବା ଦେଖି ଅଭିଯୁକ୍ତ ଅରୁଣ ଘର ଭିତରକୁ ଯାଇ କବାଟ କିଳି ରହିଯାଇଥିଲା ଓ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ଅନୁଧ୍ୟାନ କରିବା ବେଳେ ଅରୁଣ ଘଟଣାସ୍ଥଳରୁ ଚମ୍ପଟ୍ ମାରିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ତାକୁ କାବୁ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *