କେନ୍ଦ୍ର କ୍ୟାବିନେଟ୍ରେ ଆଉ ୪ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ, ଓଡ଼ିଶା ସହ ୩ଟି ରାଜ୍ୟରେ ହେବ ପ୍ରତିଷ୍ଠା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ (ଆଇଏସଏମ) ଅଧୀନରେ ଆଉ ୪ଟି ନୂଆ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପମାନେ ଓଡ଼ିଶା, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା ହେବ।

