ଲେବିଡି ଉଚ୍ଚ ବିଦ୍ୟାଳୟ ରେ ରକ୍ତ ଦାନ ଶିବିର ୬୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ଲେବିଡି ଉଚ୍ଚ ବିଦ୍ୟାଳୟ ରେ ରକ୍ତ ଦାନ ଶିବିର ୬୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଲେବିଡି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ କଟାପାଲି କଲେଜ ର ପ୍ରିନ୍ସିପାଲ ବୁଦ୍ଧଦେବ ଭୋଇ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିବା ସହ ନିଜେ ପ୍ରଥମେ ରକ୍ତ ଦାନ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୬୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ସଚି ପଣ୍ଡା ଉପଦେଷ୍ଟା ରକ୍ଷ ପାଲ ସାହୁ, ଖଗେଶ୍ବର ସାହୁ, ଲବ ସାହୁ , ଆଶିଷ ମହାପାତ୍ର ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନିଷ୍ଠା ପରିବାର ସଦସ୍ୟ ଟଙ୍କଧର ପ୍ରଧାନ, ଅମିତ ଭୋଇ, ଶୁଭ୍ରାଂଶୁ ସରାଫ ଓ ଅନ୍ୟ ମାନେ ଉପୋରୋକ୍ତ ଶିବିର ର ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ଓ ଲେବିଡି ଗ୍ରାମବାସୀ ସମସ୍ତ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *