ମାଲକାନଗିରିରେ ବିଜୁଳି ଯୋଗାଣକୁ ଅଧିକ ବିଶ୍ୱସନୀୟ କରୁଛି ଟିପିଏସ୍ଓଡିଏଲ୍- ଏମଭି-୭, ପରଜାଗୁଡା ଓ ସଦାଶିବପୁର ଗାଁରେ ନୂଆ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ସ୍ଥାପନ – ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣକୁ ଗୁରୁତ୍ୱ – ଘରୋଇ ଉପଭୋକ୍ତା ଓ କ୍ଷୁଦ୍ର ଉଦ୍ୟୋଗକୁ ମିଳୁଛି ଗୁଣାତ୍ମକ ବିଜୁଳି ସେବା – ଗ୍ରାମୀଣ ବିଦ୍ୟୁତୀକରଣ ଓ ଅନ୍ତର୍ଭୁକ୍ତ ବିକାଶ ଲକ୍ଷ୍ୟରେ କାମ କରୁଛି ଟିପିଏସ୍ଓଡିଏଲ୍ବ୍ରହ୍ମପୁର, ଅଗଷ୍ଟ: ଦକ୍ଷିଣ ଓଡ଼ିଶାର ଗ୍ରାମୀଣ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ଗୁଣାତ୍ମକ ବିଜୁଳି ସେବା ପହଞ୍ଚାଇବା ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଭୌଗୋଳିକ ଦୃଷ୍ଟିକୋଣରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁ଼ଡ଼ିକୁ ପ୍ରାଥମିକତା ଦେଇ କମ୍ପାନୀ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରଖିଛି ।ବର୍ଦ୍ଧିତ ବିଜୁଳି ଚାହିଦାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ମାଲକାନଗିରିର ଦୂରନ୍ତ ଗ୍ରାମଗୁଡ଼ିକରେ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ସ୍ଥାପନ କରିଛି । ଏମଭି-୭ ଗ୍ରାମରେ ୧୧ କେଭି ଓ ଏଲଟି ଲାଇନ ସହ ନୂଆ ୧୦୦ କେଭି ଡିଟିଆର୍ କାର୍ଯ୍ୟକ୍ଷମ କରାଯାଇଛି । ପରଜାଗୁଡ଼ା ନର୍ସରୀ ରାସ୍ତାରେ ୧୦୦ କେଭି ଟ୍ରାନ୍ସଫର୍ମର ବସାଯାଇଛି । ସେହିଭଳି ସଦାଶିବପୁର ଗ୍ରାମରେ ବିଜୁଳି ଯୋଗାଣକୁ ଅଧିକ ଭରସାଯୋଗ୍ୟ କରିବା ପାଇଁ ଅତିରିକ୍ତ ୬୩ କେଭିଏ ଡିଟିଆର୍ କାର୍ଯ୍ୟକ୍ଷମ କରାଯାଇଛି ।ସମୃଦ୍ଧ ଆଦିବାସୀ ଐତିହ୍ୟ, ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ପାଇଁ ଜଣାଶୁଣା ମାଲକାନଗିରି ଜିଲ୍ଲାରେ ବିଜୁଳି ଯୋଗାଣ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ହୋଇଥିଲେ ସୁଦ୍ଧା ଟିପିଏସ୍ଓଡିଏଲ୍ ଭିତ୍ତିଭୂମି ବିକାଶ ଉପରେ ଲଗାତାର ଧ୍ୟାନ ଦେବା ସହ ଗୁଣାତ୍ମକ ସେବାକୁ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ ଜାରି ରଖିଛି । ଏହି ନୂତନ ବିଜୁଳି ଭିତ୍ତିଭୂମିଗୁଡ଼ିକ ସେହି ଅଞ୍ଚଳର ଶତାଧିକ ବାସିନ୍ଦାଙ୍କୁ ଉନ୍ନତ ବିଜୁଳି ସେବା ଯୋଗାଇବା ସହ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଲାଭପ୍ରଦ ହୋଇପାରୁଛି ।
ଏହିକ୍ରମରେ ସେମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଆସିବ ବୋଲି କମ୍ପାନୀ ଆଶା କରୁଛି ।ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ‘’ଦକ୍ଷିଣ ଓଡ଼ିଶାର ସୀମାନ୍ତ ଓ ଦୁର୍ଗମ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ଭିତ୍ତିଭୂମି ବିକାଶ ଓ ସେବା ବିଶ୍ୱସନୀୟତା ବୃଦ୍ଧି କରିବା ଦିଗରେ ପ୍ରୟାସ ଜାରି ରହିଛି । ଏହି ଭିତ୍ତିଭୂମି ଉନ୍ନତିକରଣ କେବଳ ବର୍ତ୍ତମାନର ବିଜୁଳି ଚାହିଦାକୁ ପୂରଣ କରିବାକୁ ଉଦ୍ଦିଷ୍ୟ ନୁହେଁ ବରଂ ଏହି ଅଞ୍ଚଳବାସୀମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଓ ସମଗ୍ର ଅଞ୍ଚଳର ଅନ୍ତର୍ଭୁକ ବିକାଶ ଦିଗରେ କାର୍ଯ୍ୟ କରିବା ଏହାର ଲକ୍ଷ୍ୟ ଅଟେ ।‘‘ ଦକ୍ଷିଣ ଓଡ଼ିଶାରେ ଏକ ସୁଦୃଢ଼ ବିଜୁଳି ବିତରଣ ନେଟଓ୍ୱର୍କ ନିର୍ମାଣ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ରହିଛି । ଦୂରନ୍ତ ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ବିଜୁଳି ଯୋଗାଣ ଦିଗରୋ କମ୍ପାନୀ କାର୍ଯ୍ୟ ଜାରି ରଖିଛି ।
