ବୟସ୍କ ବୃଦ୍ଧାଙ୍କୁ ହତ୍ୟା କଲେ ପୁଅ ବୋହୁ।

ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ଦନ୍ତାରିବଗଡ ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ବାପା ମା ଙ୍କ ଭତ୍ତା ଟଙ୍କା ଓ ଜମି ଚାଷ ନେଇ ଲକ୍ଷ୍ମୀ ବରାଡ ନାମ୍ନୀ ଜଣେ ବୃଦ୍ଧା ଙ୍କୁ ପୁଅ ଓ ବୋହୁ ତଣ୍ଟିଚିପି ହତ୍ୟା କରିଛନ୍ତି ବୋଲି ମୃତା ମହିଳାଙ୍କ ସମ୍ପର୍କିୟ ମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳ ବାସିନ୍ଦାଙ୍କ ଠାରୁ ଶୁଣିବାକୁ ମିଳିଛି ଯେ ମୃତା ମହିଳାଙ୍କ ଦୁଇ ପୁଅ ଙ୍କ ମଧ୍ୟରୁ ସାନ ପୁଅ ଘରର କିଛି ଜମି ଓ ବାପା ମାଙ୍କ ଭତା ଟଙ୍କା କୁ ନେଇ ପ୍ରାୟ ଦିନ ପାଟିତୁଣ୍ଡ କରୁଥିଲେ ଓ ବାପା ମାଙ୍କୁ ମାରଧର କରୁଥିଲା। କିନ୍ତୁ ଆଜି ସକାଳ ୧୦ ଟା ବେଳେ ମା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସମ୍ପର୍କୀୟ ଲୋକ ଚିକିତ୍ସା ପାଇଁ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆସ୍କା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *