ଜୱାନମାନଙ୍କ ସହ ଲିଭ ଫର ଅଦର୍ସର ରକ୍ଷା ବନ୍ଧନ ଉସ୍ଚବ ପାଳିତ। ସେମିଳିଗୁଡା.ତାରିଖ ୧୦,୮,୨୦୨୫,ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଦୁଇ ଦିନ ଧରି ସଦସ୍ଯମାନେ ଗୃହ ବିଭାଗ ଅଧିନସ୍ଥ ପୋଲିସ,କେନ୍ଦ୍ରୀୟ ୨୦୨ କୋବ୍ରା ବାହିନୀ,ଓଏସଏପି ଜୱାନ ,ସିଆଇଏସଏଫ କମାଣ୍ଡାଣ୍ଟଙ୍କୁ ରାକ୍ଷୀ ବାନ୍ଧି ଶୁଭେଛା ଜଣାଇଥିଲେ।ଅନୁଷ୍ଠାନର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଙ୍କୁ୨୦୨ କୋବ୍ରାର ଫଳକ ଦେଇ ସମ୍ମାନିତ କରିଥିଲେ। ଦେଶ ମାତୃକାର ସେବା ଓ ସୁରକ୍ଷାପାଇଁ ଅହରହ ସଂଗ୍ରାମ କରୁଥିବା ବୀର ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଅନୁଷ୍ଠାନର ସଦସ୍ଯମାନେ ଖୁସି ପ୍ରକଟ କରିଛନ୍ତି।
