କୋଟିଆ ସମସ୍ୟାରେ ଓଡ଼ିଶା ସରକାରର ଦୃଢ଼ ପଦକ୍ଷେପ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

କୋରାପୁଟ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କୋଟିଆ ସମସ୍ୟା ଏକ ମାନବୀୟ ଦୃଷ୍ଟିକୋଣର ସମସ୍ୟା, ଯାହାର ପ୍ରମୁଖ କାରଣ ହେଉଛି ଓଡ଼ିଶା ସରକାରଙ୍କ ସେବା ପହଞ୍ଚି ନ ପାରିବା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସେଠାରେ ସେବା ପ୍ରଦାନ।ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋଟିଆରେ ‘ସୁଭଦ୍ରା’ ଯୋଜନାର ସର୍ଭେ କରିଥିବାକୁ ମନ୍ତ୍ରୀ ଉଲ୍ଲେଖ କରି, ଆସନ୍ତା ଦିନରେ ଯୋଗାଣ ମନ୍ତ୍ରୀ ରେସନ କାର୍ଡ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ସେଠାକୁ ଯିବେ ବୋଲି ସୂଚନା ଦେଲେ। ସେ ନିଜେ କୋଟିଆ ଯାଇ ଲୋକମାନଙ୍କ ସମସ୍ୟା ଲିପିବଦ୍ଧ କରିଥିବାକୁ କହିଲେ।ସୁରେଶ ପୂଜାରୀ କହିଛନ୍ତି ଯେ, କୋଟିଆବାସୀଙ୍କ ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ସରକାର ଯୋଜନା କରୁଛନ୍ତି ଏବଂ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ଯେ ସେବା ଏବଂ ସୁବିଧା ମିଳିବ, ସେଗୁଡ଼ିକ କେବେମଧ୍ୟ ଆନ୍ଧ୍ର ପ୍ରଦେଶ ସରକାର ପ୍ରଦାନ କରିପାରିବ ନାହିଁ।

By admin

Leave a Reply

Your email address will not be published. Required fields are marked *