ସେମିଳିଗୁଡ଼ାରେ ଧୂମଧାମରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ସେମିଳିଗୁଡ଼ାରେ ଧୂମଧାମରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ସେମିଳିଗୁଡ଼ା, ୦୯ ଅଗଷ୍ଟ ୨୦୨୫ – ସେମିଳିଗୁଡ଼ାରେ ଆଜି ବିଶ୍ୱ ଆଦିବାସୀ ଦିବସ ଧୂମଧାମରେ ପାଳିତ ହେଲା। ସ୍ଥାନୀୟ ଲୋକମାନେ ନିଜ-ନିଜ ପାରମ୍ପରିକ ପୋଶାକ ପିନ୍ଧି, ହାତରେ ପାରମ୍ପରିକ ଅସ୍ତ୍ର-ଶସ୍ତ୍ର ଧାରଣ କରି, ପାରମ୍ପରିକ ବାଦ୍ୟୟନ୍ତ୍ରର ସୁରରେ ଗୀତ ଓ ନୃତ୍ୟ କରି ସେମିଳିଗୁଡ଼ା ସହରରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିଥିଲେ।ହାନା ଗାର୍ଡେନ୍‌ରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା, ଯେଉଁଠାରେ ଆଦିବାସୀ ସଂସ୍କୃତି, ପରମ୍ପରା ଓ ଏକତାର ଦୃଶ୍ୟ ପ୍ରକାଶ ପାଇଲା। ସମଗ୍ର କାର୍ଯ୍ୟକ୍ରମ ମଧ୍ୟରେ “ଜୟ ଆଦିବାସୀ, ଜୟ ମୂଳନିବାସୀ” ର ଗୁଞ୍ଜନ ସମସ୍ତଙ୍କ ମନକୁ ଉତ୍ସାହିତ କରିଦେଲା।

Leave a Reply

Your email address will not be published. Required fields are marked *