ଶରତ ପୂଜାରୀ କେବଳ ଅଧ୍ୟକ୍ଷ ନଥିଲେ , ଥିଲେ ଅନୁଷ୍ଠାନ: ଲରମ୍ଭା କଲେଜରେ ଶରତ ପୂଜାରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ଶରତ ଚନ୍ଦ୍ର ପୂଜାରୀଙ୍କ ଜୟନ୍ତୀ ଶରତ ପୂଜାରୀ ସାଂସ୍କୃତିକ କଳା ପରିଷଦ ତରଫରୁ ପାଳିତ ହୋଇଯାଇଅଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ, ସମ୍ମାନିତ ଅତିଥି ଡ. ଦିଗମ୍ବର ଚାନ୍ଦ, ଡ. ଜୟନ୍ତ କୁମାର ସାହୁ ବଡବାବୁ ପ୍ରମୋଦ ଚନ୍ଦ୍ର ସେଠ ମଂଚାସୀନ ଥିଲେ। ପ୍ରଥମେ ତାଙ୍କର ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା। ଶରତ ପୂଜାରୀ ୩୪ ବର୍ଷ ବୟସରେ ଯୁବ ଅଧ୍ୟକ୍ଷ ଭାବରେ ଯୋଗଦାନକରି ପରବର୍ତ୍ତୀ ସମୟରେ ସିନେତାରକା ନିର୍ଦେଶକ, ପ୍ରୟୋଜକ ଭାବରେ ସୁନାମ ଅର୍ଜନ କରିପାରିଛନ୍ତି। ଜଣେ କର୍ତ୍ତବ୍ଯନିଷ୍ଠ, ମିଷ୍ଟଭାଷି, ଛାତ୍ରବତ୍ସଳ ଭାବରେ ସେ ବେଶ ଜଣାଶୁଣା। ଆଜିବି ଲରମ୍ଭା କଲେଜର ଏକ ସୁନ୍ଦର ପରିଚୟ ହେଉଛି ଶରତ ପୂଜାରୀ ବୋଲି ବକ୍ତା ମାନେ ଆଲୋଚନା କରିଥିଲେ । ଶେଷରେ କଲେଜର ଅଧ୍ୟାପକ ଡ.ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

