
ରାଖୀ ପୂର୍ଣ୍ଣିମାରେ ଅଘଟଣ। କେନ୍ଦ୍ରାପଡ଼ା ଗୋବରୀ ନଦୀକୁ ଡ଼େଇଁ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଳିଜଙ୍ଗା ପୋଲ ଉପରେ ବାଇକ ଓ ଚପଲ ରଖି ଡେଇଁପଡ଼ିଲେ ଯୁବକ।ନଦୀକୁ ଡେଇଁ ନିଖୋଜ ଯୁବକ ତଳ ବାରଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି। ଓଡ୍ରାଫ ଟିମ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି ।ତେବେ କେଉଁ କାରଣରୁ ସେ ଏପରି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।