ବଜ୍ରାଘାତରେ ଜଣେ ମୃତ, ୮ ଜଣ ଗୁରୁତର । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ପଞ୍ଚାୟତ ଅନ୍ତର୍ଗତ ପେକଟ ଗ୍ରାମରେ ଚଡ଼କ ମାରି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ଜଣ ଗୁରୁତ୍ତର ଆହତ ହୋଇ ଥୂବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ହେଲେ ୩୫ ବର୍ଷୀୟା ମୋନି ଗମାଙ୍ଗ ବୋଲି ସୁଚନା ମିଳିଛି । ଆଠ ଗୁରୁତ୍ତର ହେଲେ ସୁଶୀଳା ଶବର, ସୁନେତି ଶବର, ସୋମିତ ରାଇକା, ସୁଗନ୍ତି ରାଇକା, ସାବିତ୍ରୀ ଶବର, ସୁଶାନୁ ଶବର, ଶୁଭଦ୍ରା ଶବର, ସୁନାଇ ଶବର ବୋଲି ପ୍ରାଥମିକ ସୂଚନା ମିଳିଛି । ସୂଚନା ପ୍ରକାରେ ସମସ୍ତେ ବଗଡରେ କାମ କରୁଥିବା ବେଳେ ଘଡ଼ଘଡି ସହ ବର୍ଷା ହୋଇଥିଲା । ପରେ ଘଡଘଡି ସହ ଚଡ଼କ ମାରିବା ଯୋଗୁଁ ଏ ଭଳି ଅଘଟଣ ହୋଇଥିବା ଜଣା ପଡିଛି । ଖବର ପାଇ ମାର୍ଲବା ରାଜସ୍ବ ନୀରିକ୍ଷକ ଏବଂ ସ୍ଥାନୀୟ ଲୋକ ଓ ମାଫିଏଲ୍ ସ୍ବାଲସିଂ ଆହାତମାନଙ୍କୁ ଉଦ୍ଧାର କରି ରାୟଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥୂବା ସୂଚନା ରହିଛି । ଘଟଣା ସ୍ଥଳରେ ରାୟଗଡ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
