ପଟ୍ଟାଙ୍ଗିରେ ନକଲି ପୁଲିସଙ୍କ ଲୁଟ୍ ଉଦ୍ୟମ ବିଫଳପଟ୍ଟାଙ୍ଗି ପୁଲିସକୁ ବଡ଼ ସଫଳତା ମିଳିଛି।
ପୁଲିସ ପରିଚୟ ଦେଇ ଏକ ଅଦା ବୋଝେଇଥିବା ଆଇଚର ଭ୍ୟାନ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ୪ ଅଭିଯୁକ୍ତକୁ ପୁଲିସ ହାତେ-ନାତେ ଧରିଛି।ଗିରଫ ହୋଇଥିବାମାନେ ହେଲେ— ମଣ୍ଡୁ ପୁରିଆ, ବିଜୟ ଟାକ୍ରି, ଶୁଭକାନ୍ତ ନାୟକ ଓ ରାମ କୁଲଦୀପ। ପୁଲିସ ସେମାନଙ୍କୁ କୋର୍ଟକୁ ପ୍ରେରଣ କରିବା ପାଇଁ ପ୍ରସ୍ତୁତ କରୁଛି।

