ନିଷ୍ଠା ପରିବାର ତରଫରୁ ରକ୍ତ ଭଣ୍ଡାର ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ନିଷ୍ଠା ପରିବାର ତରଫରୁ ରକ୍ତ ଭଣ୍ଡାର ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ତା-୦୮-୦୮-୨୦୨୫ରିଖ (ଶୁକ୍ରବାର)ବରଗଡ଼ ପୁରୁଣା ସରକାରୀ ଡାକ୍ତରଖାନା ରେ ଥିବା ରକ୍ତ ଭଣ୍ଡାର ଉପରେ ପୁରା ଜିଲ୍ଲା ନିର୍ଭର କରେ। ପ୍ରାୟତଃ ରୋଗୀ ଙ୍କ ପରିଜନ ରକ୍ତ ଦେବା ପାଇଁ ପୁରୁଣା ଡାକ୍ତରଖାନା ରେ ଥିବା ରକ୍ତ ଭଣ୍ଡାର କୁ ସୁବିଧା ମନେ କରନ୍ତି ।ଦୀର୍ଘ ବର୍ଷ ଧରି ଖେଦାପାଲି ଠାରେ ଏକ ନୂତନ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାର କୋଠା  ତିଆରି ହେଲା ସତ କିନ୍ତୁ ସେଠାରେ ରକ୍ତ ଭଣ୍ଡାର ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଏ ନେଇ ବହୁ ବାର ଜିଲ୍ଲା ପ୍ରଶାସନ ସହିତ ନିଷ୍ଠା ପରିବାର ତରଫ ରୁ ଆଲୋଚନା କରାଯାଇଛି। ଅନେକ ଗରୀବ ରୋଗୀ ରକ୍ତ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖେଦାପାଲି ରୁ ପୁରୁଣା ଡାକ୍ତରଖାନା କୁ ଆସିବା ପାଇଁ ଖର୍ଚ୍ଚାନ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଉଭୟ ଡାକ୍ତରଖାନା ରେ ରକ୍ତ ଭଣ୍ଡାର ର ନିତାନ୍ତ ଆବଶ୍ୟକତା ରହିଛି ଏଣୁ ଉଭୟ ସ୍ଥାନ ରେ ରକ୍ତ ସଂଗ୍ରହ ଓ ରକ୍ତ ପୃଥକିକରଣ ୟୁନିଟ କାର୍ଯ୍ୟକ୍ଷମ ବହୁତ ଜରୁରୀ ଅଟେ, ଏ ନେଇ ନିଷ୍ଠା ପରିବାର ତରଫ ରୁ ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ଶ୍ରୀ ସଚି ପଣ୍ଡା ଓ ଉପଦେଷ୍ଟା ଜିତୁ ମହାପାତ୍ର ଏକ ଦାବି ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ କୁବେର ଚନ୍ଦ୍ର ମହାନ୍ତ ଙ୍କୁ ପ୍ରଦାନ କରିବା ସହିତ ଏ ବିଷୟ ରେ ବିସ୍ତୃତ ଆଲୋଚନା କରିଥଲେ।

Leave a Reply

Your email address will not be published. Required fields are marked *