ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ‘ସୁଭଦ୍ରା’ର ତୃତୀୟ କିସ୍ତି ବଣ୍ଟନ
ଜୟପୁର: ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି। ସମଗ୍ର ରାଜ୍ୟରେ ୧ କୋଟିରୁ ଅଧିକ ହିତାଧିକାରୀ ଏହି କିସ୍ତିର ଲାଭ ଉଠାଇବେ।ଆଜିର କାର୍ଯ୍ୟକ୍ରମରେ ୧୫ରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଜହସ୍ତରେ କିସ୍ତିର ଟଙ୍କା ପ୍ରଦାନ କରିଥିଲେ। ପରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ସରାସରି ଟଙ୍କା ହସ୍ତାନ୍ତର ହେବ।ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।

