ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ ସ୍ବତନ୍ତ୍ର ପ୍ରକଳ୍ପ ଉଦଘାଟିତ ଆର,ଉଦୟଗିରି(ମନୋଜ କୁମାର ପାଢୀ)୯/୮/ଗଜପତି ଜିଲ୍ଲା ମୋହନା କାଳିଆ ପଟା ସ୍ଥିତ ଏସଡିଇସି: ଠାରେ ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖୁଚୁରା ବିକ୍ରୟ ସହାୟକ ଚାକିରୀ ଭୂମିକା ପାଇଁ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବା ପାଇଁ ଏକ ସ୍ବତନ୍ତ୍ର ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।ଏହି ସ୍ୱତନ୍ତ୍ର ପ୍ରକଳ୍ପକୁ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ୬୦ ଜଣ ଜନଜାତି ପ୍ରାର୍ଥୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ତାଲିମ ମୋହନା ସ୍ଥିତ ଏସଡିଇସି: ଠାରେ ଆରମ୍ଭ କରାଯିବ।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା କର୍ମ ନିୟୋଜନ (ନିଯୁକ୍ତି) ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ମୋହନା ବନ ରେଞ୍ଜର ଏବଂ ଏସଡିଇସି: ତାଲିମ କେନ୍ଦ୍ର ଅଧିକାରୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ପ୍ରକଳ୍ପ ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିଭିନ୍ନ ଉପାଦେୟ ବିଷୟରେ କହିଥିଲେ ।ଏହି ଉଦଘାଟନୀ କାର୍ଯ୍ୟକ୍ରମ ସମୟରେ ୩୦ ଜଣ ଜନଜାତି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ପିତାମାତା , ଚନ୍ଦ୍ରଗିରି ସ୍ଥିତ ସଉରା ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ଡିଏସଡିଇଓ: , ମୋହନାର ବନ ରେଞ୍ଜର ଏବଂ ପିଆରଆଇ: ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଏ ସମ୍ପର୍କରେ ଅଧିକ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀ ମାନେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦକ୍ଷତା ବିକାଶ ତଥା କର୍ମ ନିୟୋଜନ(ନିଯୁକ୍ତି) କାର୍ଯ୍ୟାଳୟ ସହିତ ମୋବାଇଲ ଫୋନ୍ ନଂ:-୯୮୨୭୯୪୬୮୮୪ ସହିତ ରେ ଯୋଗାଯୋଗ କରି ପାରିବେ ବୋଲି କୁହାଯାଇଛି ।
