ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମ୍ମିତି ତରଫରୁବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା
ଗଜପତି (ମନୋଜ ପାଢୀ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମ୍ମିତି ତରଫରୁ ପ୍ରାୟ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଭିନ୍ନ ଦାବି ନେଇ ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମୁଖରେ ଧାରଣା ରେ ବସିଛନ୍ତି l ପୂର୍ବରୁ 24 ବର୍ଷ ର ସ୍ଥାୟୀ ସରକାର ଙ୍କୁ ବହୁ ବାର ଆବେଦନ ପରେ ମଧ୍ୟ ଫଳ ସୁନ ହୋଇଥିଲା । ରାଜ୍ୟ ରେ ନୁଆ ସରକାର ଶାସନ କୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆମ ନିକଟକୁ ଆସି କହିଥିଲେ ଯଦି ଆମ ସରାକର ଆସେ ତେବେ ଖୁବ ଶୀଘ୍ର ଆମେ ଆପଣଙ୍କ ସମସ୍ୟା ଦୂର କରିବୁ କିନ୍ତୁ ନୂତନ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ହୋଇଥିଲେ ବି ଶିକ୍ଷକ ମାନଙ୍କ ସମସ୍ୟା ଗୁଡିକର ସମାଧାନ ଦିଗରେ କୌଣସି ପଦକ୍ଷେପ ନ ନେବାର ଜଣାପଡୁଥିବାରୁ ଆଜି ଆମେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇ ଛନ୍ତି ବୋଲି ଶିକ୍ଷକ ମାନେ କହିଛନ୍ତି l ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା1. ପେନସନ ଦିଆଯାଉ 2. ଅନେକ ବର୍ଷ ଚାକିର କରି ବର୍ତ୍ତମନ ଅବସର ନେଇଥିବା ଶିକ୍ଷକ ମାନଙ୍କୁ ମଧ୍ୟ୍ୟ ପେନସନ ଯୋଗାଇ ଦିଆଯାଉ l 5. 2004 ରୁ 2013 ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ମlନଙ୍କୁ ବରିଷ୍ଟତା ପ୍ରଦାନ l ଏମିତି ବିଭିନ୍ନ ଦାବି ନେଇ ଶିକ୍ଷକ ସଂଘଆଜି ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ l ଯଦି ଦାବି ଗୁଡିକ ନ ପୂରଣ ନ ହେଲେ ଆନ୍ଦୋଳନ ଆଗକୁ ତୀବ୍ର ହେବ ବୋଲି ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି।
