ମୋହନା ପ୍ରେସ କ୍ଳବ ପକ୍ଷରୁ ଖଣି ଏସଏସଡ଼ି ହାଇସ୍କୁଲ ରେ ମିଳିତ ଚାରା ରୋପଣ କରାଯାଇଛି |

ମୋହନା ପ୍ରେସ କ୍ଳବ ପକ୍ଷରୁ ଖଣି ଏସଏସଡ଼ି ହାଇସ୍କୁଲ ରେ ମିଳିତ ଚାରା ରୋପଣ କରାଯାଇଛି |

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଳବ ପକ୍ଷରୁ ଖଣି ଏସଏସଡ଼ି ହାଇସ୍କୁଲ ରେ ମିଳିତ ଚାରା ରୋପଣ କରାଯାଇଛି | ଏହି ଚାରା ରୋପଣ ରେ ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଓ ପ୍ରେସ କ୍ଳବ ସମ୍ପାଦକ ବାବୁଲା ସେଠି ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମଧୁସୂଦନ ପାଢ଼ୀ, ସମ୍ମାନିତ ଅତିଥି ମୋହନା ଏସଏସଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର, ଶିକ୍ଷକ ପ୍ରମୋଦ ସ୍ୱାଇଁ, ରାଜେନ୍ଦ୍ର ଦୋରା, ଆଇନଜୀବୀ ଦୁର୍ଯ୍ୟୋଧନ କରଡ଼ା, ବନପାଳ ଲକ୍ଷ୍ମୀକାନ୍ତ ପାତ୍ର ଓ ବନରଖି ଗାୟତ୍ରୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ଚାରା ରୋପଣର ଉଦେଶ୍ୟ ଓ ଆବଶ୍ୟକତା ଉପରେ ଅତିଥି ମାନେ କହିଥିଲେ l ଏହାପରେ ବିଦ୍ୟାଳୟ ପରିସରରେ ଅତିଥି ଓ ଛାତ୍ରୀ ଛାତ୍ରମାନେ ଚାରା ରୋପଣ କରିଥିଲେ l ଶେଷରେ ପ୍ରେସ କ୍ଳବ ସଭାପତି ଲକ୍ଷ୍ମଣ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଛନ୍ତି l କାର୍ଯ୍ୟକ୍ରମ କୁ ଖଣି ହାଇସ୍କୁଲ ଶିକ୍ଷୟତ୍ରୀ ସୁଚରିକା ନାୟକ, ମମତା ମହାଙ୍କୁଡ ଓ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମୋହନା ପ୍ରେସ କ୍ଳବଉପଦେଷ୍ଟା, ଉପ ସଭାପତି, କୋଷାଧକ୍ଷ , ସାମ୍ବାଦିକ ମାନେ ଉପସ୍ଥିତ ଥିଲେl

Leave a Reply

Your email address will not be published. Required fields are marked *