ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ପୋାତିଦେଲେ: ଅଭିଯୋଗ ପରେ…
ଆର,ଉଦୟଗିରି,୭।୮(ମନୋଜ ପାଢୀ): ପୁଣି ଗୁଣି ସନ୍ଦେହରେ ହତ୍ୟା l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ଥାନା କୁସୁମପୁର ଗାଁରେ l ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l କମଳାପୁର ଗାଁର କରୁଣାକର ଦଳାଇ ନାମକ ଯୁବକ ପାଖା ପାଖି ୮ ମାସ ହେବ କୁସୁମପୁର ଗାଁ ରେ ରହି ଆସୁଥିଲେ। ଗାଁ ରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅ ମୃତ୍ୟୁବରଣ କରିଥିଲା l ଏଥିପାଇଁ ଗାଁ ଲୋକେ କରୁଣାକର ହିଁ ଗୁଣି କରି ମାରିଦେଇଥିବା ସନ୍ଦେହ କରୁଥିଲେ । ଯାହାକୁ ନେଇ ଗତ ଜୁଲାଇ ୨୮ ତାରିଖରେ କିଛି ଗାଁ ଲୋକେ ଅଙ୍ଗନାୱାଡି କେନ୍ଦ୍ରରେ କରୁଣାକରଙ୍କୁ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ପରିବାର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ କରୁଣାକରଙ୍କ ଭାଉଜ ସବିତା ଦଳାଇଙ୍କ ଅଭିଯୋଗ ପରେ ମୋହନା ପୋଲିସ କୁସୁମପୁର ଗାଁରେ ପହଞ୍ଚି ତନାଘନା କରୁଛି l କରୁଣାକରଙ୍କୁ ହତ୍ୟାକରି ହତ୍ୟାକାରୀ ମାନେ କେଉଁଠି ପୋତିଛନ୍ତି ଜଙ୍ଗଳରେ ତନ୍ନ ତନ୍ନ କରି ଯାଞ୍ଚ କରୁଛି ପୋଲିସ l ଗାଁର ୮ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତିl
