ଅଙ୍ଗନବାଡି କର୍ମୀ ଙ୍କୁ ଏ ଏନ ମ୍ ଙ୍କ ଦୁର୍ବ୍ୟବହାର ଅଭିଯୋଗ |

ଅଙ୍ଗନବାଡି କର୍ମୀ ଙ୍କୁ ଏ ଏନ ମ୍ ଙ୍କ ଦୁର୍ବ୍ୟବହାର ଅଭିଯୋଗ |ଆର,ଉଦୟଗିରି ,୬/୮/୨୫.. ( ମନୋଜ କୁମାର ପାଢୀ ) ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ସେକ୍ଟର ଅଙ୍ଗନବାଡି କର୍ମୀଙ୍କୁ ଏଏନଏମ ଉଷାରାଣୀ ପାଣିଗ୍ରାହୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି l ଏନେଇ ଏକ ଅଭିଯୋଗ ପତ୍ର ଅଙ୍ଗନବାଡି କର୍ମୀମାନେ ଅଭିଯୋଗ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ମହମ୍ମଦ ମୁବାରକ ଅଲ୍ଲୀ, ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଜୟ ପଣ୍ଡା ,ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ଏନ୍.ଜୟପ୍ରକାଶ, ମୋହନା ସିଡିପିଓ ସବିତା ପଟ୍ଟନାୟକ ଓ ଚନ୍ଦ୍ରଗିରି ସରପଞ୍ଚ ରାଜନୀକାନ୍ତ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି l ତୁରନ୍ତ ସମ୍ପୃକ୍ତ ଏଏନଏମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ଅଙ୍ଗନବାଡି କର୍ମୀ l ଅଙ୍ଗନବାଡି କର୍ମୀ ମାନେ ଅଭିଯୋଗ କରିଛନ୍ତି ଗର୍ଭବତୀ ମା’ଙ୍କ ପଞ୍ଜିକରଣ ପାଇଁ ଆରସିଏଚ ନମ୍ବର ମାଗିବାକୁ ଗଲେ ଏଏନଏମ ଦିଦି ବିଭିନ୍ନ ପ୍ରକାର ଅଶାଳୀନ ଭାଷାରେ ଗାଳି ଗୁଲଜ କରୁଛନ୍ତି l ଗତ ୨୮ରେ ଏଏନଏମ ପାଖକୁ ଅଙ୍ଗନବାଡି କର୍ମୀମାନେ ପୁଣି ଆରସିଏଚ ନମ୍ବର ମାଗିବାରୁ ଓଲଟା ଗାଳିଗୁଲଜ କରିବା ସହ ମୁଁ ଦେବି ନାହିଁ ତମେ କାହାକୁ କହୁଛ କୁହ ମୋର କିଛି ହେବନାହିଁ ବୋଲି କହିଥିଲେ l ଏହାପରେ ଗତ ୧ରେ ଚନ୍ଦ୍ରଗିରି ନୁଆସାହି ଅଙ୍ଗନବାଡି କେନ୍ଦ୍ରରେ ଟୀକା ପ୍ରଦାନ କାର୍ଯ୍ୟକ୍ରମ ଥିଲା l ସେଠାରେ ମଧ୍ୟ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ଦୁର୍ବ୍ୟବହାର କରିଥିଲେ ଏଏନଏମ l ତେଣୁ ତାଙ୍କୁ ତୁରନ୍ତ ଚନ୍ଦ୍ରଗିରି ସେକ୍ଟର ରୁ ବଦଳି ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ l ଏସମ୍ପର୍କରେ ପଚାରିବା ପାଇଁ ଏଏନଏମଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ l ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ମହମଦ ମୁବାରକ ଅଲ୍ଲୀଙ୍କୁ ପଚାରିବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ଏନ.ଜୟପ୍ରକାଶ କହିଛନ୍ତି ଏଏନଏମଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଥିବା କହିଛନ୍ତି |ଅପରପକ୍ଷେ ଏହି ବିଷୟରେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା ଆସନ୍ତା ୧୧/୮/୨୫ ରେ ତଦନ୍ତ କରାଯିବ ଘଟଣା ର ସତ୍ୟାସତ୍ୟ ହେଲାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି |

Leave a Reply

Your email address will not be published. Required fields are marked *