୭୯ ତମ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଳନ ନେଇ ପ୍ରସ୍ତୃତି ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ସ୍ତରୀୟ ସ୍ବାଧିନତା ଦିବସ ନେଇ ପଞ୍ଚାୟତ ସମିତି କକ୍ଷରେ ବିଡିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ତହସିଲିଦାର ଜ୍ୟୋତିମୟୀ ଦାସ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ପ୍ରମୁଖ ଉପସ୍ଥିତ ଥିଲେ । । ଅଗଷ୍ଟ ୧୧ ତାରିଖରୁ ମିନି ଷ୍ଟାଡିଅମ ଠାରେ ପରେଡ ଅଭ୍ୟାସ କରାଯିବା ନେଇ ପ୍ରଶାସନ ପକ୍ଷରୁ ସ୍ତିରହୋଇଛି । ବିଭିନ୍ନ ସ୍କୁଲ ଓ କଲେଜ ପତକା ଉତୋଳନ ପରେ ସବୁ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମିନି ଷ୍ଟାଡିୟମ ଠାରେ ଉପସ୍ଥିତ ରହିବେ । ପରେ ମିନି ଷ୍ଟାଡିୟମ ଠାରେ ପତକା ଉତୋଳନ କରାଯିବ । ବୈଠକରେ ସିଡିପିଓ ଲଳିତା ପୂଜାରୀ , ବିଜେପି ସାଂସଦ ପ୍ରତିନୀଧି, ବିଜେଡି ବ୍ଳକ ସଭାପତି, ଉର୍ଚ ମାଧ୍ୟାମିକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ ଜାମେସ୍ ରାଇକା, ସମସ୍ତ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଅଗଷ୍ଟ ୧୫ ଦିନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବୈଠକରେ ପୁଙ୍ଖାନୁପୁଙ୍ଖା ଆଲୋଚନା ହୋଇଥିଲା ।

By admin

Leave a Reply

Your email address will not be published. Required fields are marked *